Top Stories

Search here...

News

ଆଜି ବି ବୌଦ୍ଧ ସର୍ବାଧିକ ଉତ୍ତପ୍ତ ସହର; ଦ୍ୱିତୀୟ ଦିନରେ ତାପମାତ୍ରା ୪୫ ଡିଗ୍ରୀ

Posted On - 7 minutes ago
Edited By Team BbsrReporters
LAST UPDATED Apr 30, 2022 05:46 PM
 
ଆଜି ରାଜ୍ୟର ୨୫ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ ୯ଟି ସ୍ଥାନରେ ୪୩ ଡିଗ୍ରୀ ଓ ୫ଟି ସ୍ଥାନରେ ୪୪ ଡିଗ୍ରୀ ଉପରେ ତାପମାତ୍ରା ରହିଛି ।
 
BBSR Reporters
 
ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଗ୍ରୀଷ୍ମପ୍ରବାହ ଓ ତତଲା ହାୱା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଆଜି ବି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବୌଦ୍ଧରେ ତାପମାତ୍ରା ସର୍ବାଧିକ ୪୫ ଡିଗ୍ରୀ ରେକର୍ଡ କରାଯାଇଛି ଓ ସମଗ୍ର ରାଜ୍ୟରେ ବୌଦ୍ଧ ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି । ଆଜି ରାଜ୍ୟର ୨୫ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ ୯ଟି ସ୍ଥାନରେ ୪୩ ଡିଗ୍ରୀ ଓ ୫ଟି ସ୍ଥାନରେ ୪୪ ଡିଗ୍ରୀ ଉପରେ ତାପମାତ୍ରା ରହିଛି ।
 
ଗତ ଦୁଇଦିନ ତଳେ ବୌଦ୍ଧ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ରହିଥିଲା । ଗତକାଲି ଗୁରୁବାର ବୌଦ୍ଧରେ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ ହୋଇଥିଲା ଯାହାକି ଚଳିତ ଗ୍ରୀଷ୍ମଋତୁରେ ସର୍ବାଧିକ ଥିଲା । ଆଜି ମଧ୍ୟ ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ ହୋଇଛି । ଆଜି ରାଜ୍ୟର ଯେଉଁ ୫ଟି ସ୍ଥାନରେ ତାପମାତ୍ରା ୪୪ଡିଗ୍ରୀ ବା ଏହା ଉପରେ ରହିଛି, ସେଗୁଡ଼ିକ ହେଲା- ଅନୁଗୋଳ (୪୪.୭), ଦେବଗଡ଼ (୪୪. ୬), ତାଳଚେର (୪୪. ୫) ଓ ବଲାଙ୍ଗିର (୪୪) । ଟିଟିଲାଗଡ଼ରେ ତାପମାତ୍ରା ୪୩.୮ ଓ ସୋନପୁରରେ ୪୩.୬ ରହିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୪୦.୨ ଡିଗ୍ରୀ ଓ କଟକ ୪୦.୧ ଡିଗ୍ରୀ ରହିଛି । ଗତକାଲି ତୁଳନାରେ କଟକ ଓ ଭୁବନେଶ୍ୱର ଉଭୟ ସହରରେ ତାପମାତ୍ରା ଆଜି ଅଧିକ ରହିଛି । ଆଜି ଗୋପାଳପୁରରେ ସର୍ବନିମ୍ନ ୩୧.୧ ଓ ପାରାଦୀପରେ ୩୨.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ସୂଚନାଯୋଗ୍ୟ, ଗତ ପ୍ରାୟ ଏକ ସପ୍ତାହ ଧରି ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଓ ତତଲା ହାୱା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଅତି ଜରୁରୀ ନଥିଲେ ଘରୁ ନବାହାରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।
Related News
satta king tw