Top Stories

Search here...

News

ଚୁଡ଼ାନ୍ତ ହେବ ନୂଆ ପିସିିସି; ଓଡ଼ିଶା କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀର ଡାକରା

Posted On - 2 minutes ago
Edited By Prabir Kumar
LAST UPDATED May 03, 2022 08:10 PM

ପିସିସିର ନୂଆ ସଭାପତି ଘୋଷଣା ଚର୍ଚ୍ଚା ଭିତରେ  ଆସନ୍ତା ୯ ତାରିଖରେ  ଦିଲ୍ଲୀ ରାଜ୍ୟ କଂଗ୍ରେସ ବିଧାୟକଙ୍କ ସହ  ଆଲୋଚନା କରିବେ ରାହୁଲ ଗାନ୍ଧି ।  

 

BBSR Reporters


କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀରୁ ଆସିଛି ଡାକରା । ପିସିସିର ନୂଆ ସଭାପତି ଘୋଷଣା ଚର୍ଚ୍ଚା ଭିତରେ  ଆସନ୍ତା ୯ ତାରିଖରେ  ଦିଲ୍ଲୀ ରାଜ୍ୟ କଂଗ୍ରେସ ବିଧାୟକଙ୍କ ସହ  ଆଲୋଚନା କରିବେ ରାହୁଲ ଗାନ୍ଧି ।  ଏଥିପାଇଁ  ବିଧାୟକମାନେ ଦିଲ୍ଲୀ ଯାଉଛନ୍ତି । ବୈଠକରେ ନୂଆ ସଭାପତି ଚୟନ ଓ ସାଙ୍ଗଠନିକ ପରିବର୍ତନ ନେଇ ଆଲୋଚନା ହେବା ସମ୍ଭାବନା ରହିଛି ।

 

ଗତ ସପ୍ତାହରେ ଓଡିଶା ପ୍ରଭାରୀ ଚେଲ୍ଲା କୁମାର ଓଡିଶା ଆସି ସଙ୍ଗଠନ ସମ୍ପର୍କରେ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଥିଲେ । ଏହାପରେ ନୂଆ ସଭାପତି ଘୋଷଣା ନେଇ ଚର୍ଚ୍ଚା ବଢିଥିଲା । ୨୦୧୯ରୁ ବର୍ତମାନର ସଭାପତି ନିରଞ୍ଜନ ପଟ୍ଟନାୟକ ଇସ୍ତ୍ରଫା ଦେଇସାରିଲେଣି ।  ଏହାପରେ  ପିସିସି ସଭାପତି ପରବର୍ତନ ପାଇଁ ଅନେକ ଥର ଦାବି ଉଠିଲାଣି । ତେବେ ରାହୁଲ ଗାନ୍ଧିଙ୍କ ସହ ବିଧାୟକଙ୍କ ଆଲୋଚନା ପରେ ନୂଆ ସଭାପତି ନେଇ ଘୋଷଣା ହୋଇପାରେ ବୋଲି ଆଲୋଚନା ହେଉଛି ।
 

Related News
satta king tw