Top Stories

Search here...

News

ମହିଳା ଆଇପିଏଲ: ସ୍ମୃତି ମନ୍ଧାନାଙ୍କ ଟ୍ରେଲବ୍ଲେଜର୍ସ ଦଳରେ ୨ ଓଡ଼ିଆ

Posted On - 1 month ago
Edited By Jyotirmayee Patanaik
LAST UPDATED Jun 30, 2022 12:44 PM

ଭାରତୀୟ ଖେଳାଳିଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆର ୧୨ ଜଣ ଖେଳାଳି ମଧ୍ୟ ମହିଳା ଟି-୨୦ ଚ୍ୟାଲେଞ୍ଜ ଖେଳିବେ ।

 

BBSR Reporters

 

ପୁଣେ: ଆସନ୍ତା ମେ ୨୩ରୁ ଆରମ୍ଭ ହେବାକୁ ଥିବା ମହିଳା ଟି-୨୦ ଅବା ମହିଳା ଆଇପିଏଲ ପାଇଁ ଆଜି ଖେଳାଳିଙ୍କ ନାଁ ଘୋଷଣା କରିଛି ବିସିସିଆଇ । ପୂର୍ବବର୍ଷ ଭଳି ଏଥିର ମଧ୍ୟ ୩ଟି ଦଳ ମହିଳା ଟି-୨୦ ଚ୍ୟାଲେଞ୍ଜରେ ଲଢେ଼ଇ କରିବେ । ଏହି ୩ ଦଳ ପାଇଁ ଆଜି ବିସିସିଆଇ ଖେଳାଳିମାନଙ୍କ ନାଁ ଘୋଷଣା କରିଛନ୍ତି । ଏହି ଖେଳାଳିଙ୍କ ମଧ୍ୟରେ ଓଡ଼ିଶାର ପ୍ରିୟଙ୍କା ପ୍ରୟଦର୍ଶିନୀ ଓ ସୁଜତା ମଲ୍ଲିକ ରହିଛନ୍ତି । ଉଭୟ ସ୍ମୃତି ମନ୍ଧାନାଙ୍କ ଟ୍ରେଲବ୍ଲେଜର୍ସ ଦଳରେ ରହିଛନ୍ତି । ୨୦୨୦ ମହିଳା ଟି-୨୦ ଚ୍ୟାଲେଞ୍ଜରେ ଟ୍ରେଲବ୍ଲେଜର୍ସ ହିଁ ଚାମ୍ପିୟନ ହୋଇଥିଲା ।

 

କରୋନା ପାଇଁ ୨୦୨୧ରେ ଏହି ଟୁର୍ଣ୍ଣାମେଣ୍ଟ ଖେଳା ଯାଇ ନଥିଲା । କିନ୍ତୁ ଚଳିତ ବର୍ଷ ମେ’ ୨୩ରୁ ୨୮ ଯାଏ ପୁଣେର ଏମସିଏ ଷ୍ଟାଡିୟମରେ ମହିଳା ଟି-୨୦ ଚ୍ୟାଲେଞ୍ଜ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ଟ୍ରେଲବ୍ଲେଜର୍ସ ବ୍ୟତୀତ ସୁପରନୋଭାସ ଓ ଭେଲୋସିଟି ଦଳ ମଧ୍ୟ ଭାଗ ନେବେ । ଭାରତୀୟ ଖେଳାଳିଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆର ୧୨ ଜଣ ଖେଳାଳି ମଧ୍ୟ ମହିଳା ଟି-୨୦ ଚ୍ୟାଲେଞ୍ଜ ଖେଳିବେ । ସୁପରନୋଭାସର ଅଧିନାୟକ ଭାବେ ହରମନପ୍ରୀତ କୌର ନିଯୁକ୍ତ ହୋଇଥିବା ବେଳେ ଭେଲୋସିଟିର କମାଣ ସମ୍ଭାଳିବେ ଅଲରାଉଣ୍ଡର ଦୀପ୍ତି ଶର୍ମା ।

 

ସର୍ବ ଭାରତୀୟ ମହିଳା ଚୟନ କମିଟି ପ୍ରତିଟି ଦଳରେ ୧୬ ଜଣ ଖେଳାଳିଙ୍କୁ ସ୍ଥାନ ଦେଇଛି । ମେ’ ୨୩ର ଉଦଘାଟନୀ ମ୍ୟାଚ୍ରେ ଟ୍ରେଲବ୍ଲେଜର୍ସ ଓ ସୁପରନୋଭାସ ମୁହାଁମୁହିଁ ହେବେ । ୨୪ ତାରିଖରେ ସୁପରନୋଭାସ ପ୍ରତିପକ୍ଷ ଭେଲୋସିଟି ସହ ମ୍ୟାଚ୍ ଖେଳିବ । ୨୬ ତାରିଖରେ ଭେଲୋସିଟି ସ୍ମୃତି ମନ୍ଧାନାଙ୍କ ଟ୍ରେଲବ୍ଲେଜର୍ସକୁ ଭେଟିବ । ଶେଷରେ ମେ’ ୨୮ରେ ଫାଇନାଲ ମ୍ୟାଚ୍ ଖେଳାଯିବ ।
 

Related News
satta king tw