Top Stories

Search here...

News

ଆସନ୍ତାକାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାୟ ଶୁଣାଇବେ ସୁପ୍ରିମକୋର୍ଟ 

Posted On - 1 minute ago
Edited By Jyotirmayee Patanaik
LAST UPDATED Jun 02, 2022 08:58 PM

ଦୁଇଟି ସ୍ୱତନ୍ତ୍ର ଲିଭ ପିଟିସନ୍ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ସୁପି୍ରମକୋର୍ଟ । ଆଜି ଉଭୟ ପକ୍ଷ କୋର୍ଟରେ ନିଜର ଯୁକ୍ତି ରଖିଥିଲେ । ଆଉ ଉଭୟ ପକ୍ଷର ଶୁଣାଣି ପରେ କାଲି ଯାଏଁ ରାୟ ସଂରକ୍ଷିତ ରଖିଛନ୍ତି ସୁପି୍ରମକୋର୍ଟ ।

 

BBSR Reporters


ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଆସନ୍ତାକାଲି ରାୟ ଶୁଣାଇବେ ସୁପ୍ରିମକୋର୍ଟ । ଆଜି ଏ ନେଇ ସର୍ବୋଚ୍ଚ ଅଦାଲତରେ ଶୁଣାଣି ହୋଇଛି । ଦୁଇଟି ସ୍ୱତନ୍ତ୍ର ଲିଭ ପିଟିସନ୍ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ସୁପି୍ରମକୋର୍ଟ । ଆଜି ଉଭୟ ପକ୍ଷ କୋର୍ଟରେ ନିଜର ଯୁକ୍ତି ରଖିଥିଲେ । ଆଉ ଉଭୟ ପକ୍ଷର ଶୁଣାଣି ପରେ କାଲି ଯାଏଁ ରାୟ ସଂରକ୍ଷିତ ରଖିଛନ୍ତି ସୁପି୍ରମକୋର୍ଟ ।

 

ଅଭିଯୋଗକାରୀଙ୍କ ପକ୍ଷରୁ ଯୁକ୍ତି ରଖିଥିଲେ ବରିଷ୍ଠ ଆଇନଜୀବୀ ମହାଲକ୍ଷ୍ମୀ ପାବନୀ ଓ ବିନୟ ନାଭାରେ ।   ସେମାନଙ୍କ ଯୁକ୍ତି ଥିଲା, ନିଷିଦ୍ଧାଂଚଳରେ କୌଣସି ନିର୍ମାଣ କାମ ହୋଇପାରିବ ନାହିଁ । ନିୟନ୍ତ୍ରିତ ଅଂଚଳରେ ନିର୍ମାଣ ପାଇଁ ଅନୁମତି ଆବଶ୍ୟକ ରହିଛି । ରାଜ୍ୟ ସରକାର ଏନଏମଏର ଏନଓସିକୁ ନେଇ କାମ କରୁଛନ୍ତି । ଏନଏମଏ କିନ୍ତୁ କୌଣସି ଆଇନସିଦ୍ଧ ସାର୍ଟିଫିକେଟ୍ ଦେଇନାହିଁ ।

 

ନିର୍ମାଣ କାର୍ଯ୍ୟ ପାଇଁ କୌଣସି ଅନୁମତି ନଥିବା ବେଳେ ତୃତୀୟ ପକ୍ଷକୁ କାହିଁକି କାମ ଦିଆଯାଇଛି ବୋଲି ପ୍ରଶ୍ନ ଉଠାଇଥିଲେ ଆଇନଜୀବୀ । ଏହା ଆମସାର ଆଇନକୁ ବିରୋଧ କରୁଛି ବୋଲି ଯୁକ୍ତି ରଖିଛନ୍ତି ଆଇନଜୀବୀ । ସେପଟେ ସରକାରଙ୍କ ପକ୍ଷରୁ ଯୁକ୍ତି ରଖିଛନ୍ତି ଆଡ଼ଭୋକେଟ୍ ଜେନେରାଲ । ନିର୍ମାଣକୁ କାମକୁ ବିରୋଧ କରି  ସୁପ୍ରିମକୋର୍ଟରେ ଅଦେ୍ର୍ଧନ୍ଦୁ ଦାସ ଏବଂ ସୁମନ୍ତ ଘଡେ଼ଇ ଦୁଇଟି ଅଲଗା ଅଲଗା ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଦାଖଲ କରିଥିଲେ ।
 

Related News
satta king tw