Top Stories

Search here...

News

ଆଜି ଠୁୁ ମିଳିବ ଅଭଡ଼ା; ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆଡ଼ପ ମଣ୍ଡପରେ ଜମୁଛି ଭକ୍ତଙ୍କ ଭିଡ଼

Posted On - 2 weeks ago
Edited By Jyotirmayee Patanaik
LAST UPDATED Jul 20, 2022 12:34 AM

ଶ୍ରୀଗୁଣ୍ଡିଚା ମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସିସିଟିଭି ଜରିଆରେ ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ ସ୍ଥିତି ଉପରେ ନଜର ରଖିଛି ।

 

BBSR Reporters


ପୁରୀ: ବର୍ଷରେ ଥରେ ମହାପ୍ରଭୁ ଜଗନ୍ନାଥ ମନ୍ଦିର ବାହାରକୁ ଆସିଛନ୍ତି । ଆଜି ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଆଜି ସକାଳେ ଦ୍ୱାରଫିଟା ନୀତି ଅନୁଷ୍ଠିତ ହେବାପରେ ଦତ୍ତମହାପାତ୍ରଙ୍କ ଦ୍ୱାରା ଅଧରପୋଛା ନୀତି ସମ୍ପନ୍ନ ହୋଇଥିଲା । ପରେ ଶ୍ରଦ୍ଧାଳୁଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିର ଭିତରକୁ ଠାକୁର ଦର୍ଶନ ନିମନ୍ତେ ଛଡ଼ାଯାଇଥିଲା । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଠାକୁର ଦର୍ଶନ କରିସାରିଥିବା ବେଳେ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଇନ୍ ଲଗାଇ ଠିଆ ହୋଇଛନ୍ତି । 

 

ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଏଥିନିମନ୍ତେ ବ୍ୟାରିକେଟ୍ କରାଯାଇଛି । ଏହା ଭିତର ଦେଇ ଶ୍ରଦ୍ଧାଳୁମାନେ ଜଣଙ୍କ ପରେ ଜଣେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ସୁରକ୍ଷାକୁ ଦୃଷ୍ଟି ଆଗରେ ରଖି ଶ୍ରଦ୍ଧାଳୁଙ୍କୁ ଯାଞ୍ଚ କରି ଭିତରକୁ ଛଡ଼ା ଯାଉଛି ।  ଆଜିଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢ଼ା । ଏଥିନିମନ୍ତେ ଶ୍ରୀଗୁଣ୍ଡିଚା ମନ୍ଦିର ରୋଷଘରେ ମହାପ୍ରଭୁଙ୍କ ନିମନ୍ତେ ପ୍ରସାଦ ପ୍ରସ୍ତୁତି ଚାଲିଛି । ଏହା ସମର୍ପଣ ପରେ ମହାପ୍ରସାଦ ହେବ । ଯାହାକୁ ପାଇବା ନିମନ୍ତେ ଶ୍ରୀଗୁଣ୍ଡିଚା ମନ୍ଦିର ଭିତରେ ଡେରା ପକାଇ ବସି ରହିଛନ୍ତି ହଜାର ହଜାର ଭକ୍ତ ।

 

ଗତକାଲି ସନ୍ଧ୍ୟାରେ ଶ୍ରୀଜିଉଙ୍କ ଆଡ଼ପ ମଣ୍ଡପ ବିଜେ ହୋଇଥିଲା । ରଥ ଉପରେ ସନ୍ଧ୍ୟା ଧୂପ ସରିବା ପରେ ଶ୍ରୀଜିଉମାନେ ଗୋଟି ପହଣ୍ଡିରେ ଜନ୍ମବେଦୀକୁ ବିଜେ କରିଥିଲେ । ମହାପ୍ରଭୁଙ୍କ ଆଡ଼ପ ବିଜେ ନୀତି ଦେଖିବା ଲାଗି ପ୍ରବଳ ଜନସମାଗମ ହୋଇଥିଲା । ନବଦିନାଙ୍କ ରଥଯାତ୍ରା ପର୍ବର ଆଜିଠାରୁ ଆଡ଼ପମଣ୍ଡପ ଦିଅଁ ଦର୍ଶନ ଆରମ୍ଭ ହୋଇଛି । ଏଥିନିମନ୍ତେ ଶ୍ରୀଗୁଣ୍ଡିଚା ମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସିସିଟିଭି ଜରିଆରେ ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ ସ୍ଥିତି ଉପରେ ନଜର ରଖିଛି ।

Related News
satta king tw