Top Stories

Search here...

News

ରାଷ୍ଟ୍ରପତି ନିର୍ବାଚନ : ଦିଲ୍ଲୀରୁ ରହି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଭୋଟ ଭିକ୍ଷା କଲେ  ଦେଶର ପ୍ରମୁଖ ଶିକ୍ଷାବିତ 

Posted On - 1 minute ago
Edited By Prabir Kumar
LAST UPDATED Jul 17, 2022 06:03 PM

"ପ୍ରତ୍ୟେକ ଓଡିଆଙ୍କ ପାଇଁ ଏହା ଅତ୍ୟନ୍ତ ଗର୍ବର ବିଷୟ ଯେ ଭାରତ ଇତିହାସରେ ପ୍ରଥମ ଥର ପାଇଁ ଓଡିଶାର ଜଣେ ବ୍ୟକ୍ତି ଆମ ଦେଶର ସର୍ବୋଚ୍ଚ ପଦବୀ ପାଇଁ ମନୋନୀତ ହୋଇଅଛନ୍ତି l"

 

BBSR Reporters

 

ଭୁବନେଶ୍ୱର: ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଜେଏନୟୁ, ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ , ଜାମିଆ ମିଲିଆ ଇସଲାମିଆ ଏବଂ ଆଇଜିଏନୟୁ ସମେତ ଦିଲ୍ଲୀର ବିଭିନ୍ନ ବିଶିଷ୍ଟ ଶିକ୍ଷା ଅନୁଷ୍ଠାନର ବହୁ ଶିକ୍ଷାବିତ୍ ଭାରତର ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ନିବେଦନ କରିଅଛନ୍ତି,ଓଡ଼ିଶାର ସମସ୍ତ ରାଜନୈତିକ ଦଳ ମାନଙ୍କୁ  ଜଣେ ମହିଳା ଭାବେ ବିଗତ ଦିନରେ ସେ ନିଜକୁ ବିଭିନ୍ନ ଭୂମିକାରେ ପ୍ରମାଣିତ କରିଛନ୍ତି l ସରକାରୀ କର୍ମଚାରୀ, ମନ୍ତ୍ରୀ ଏବଂ ରାଜ୍ୟପାଳ ଭାବେ ସେ ଦେଶପାଇଁ  ସେବା କରିଅଛନ୍ତି l ପ୍ରତ୍ୟେକ ଓଡିଆଙ୍କ ପାଇଁ ଏହା ଅତ୍ୟନ୍ତ ଗର୍ବର ବିଷୟ ଯେ ଭାରତ ଇତିହାସରେ ପ୍ରଥମ ଥର ପାଇଁ ଓଡିଶାର ଜଣେ ବ୍ୟକ୍ତି ଆମ ଦେଶର ସର୍ବୋଚ୍ଚ ପଦବୀ ପାଇଁ ମନୋନୀତ ହୋଇଅଛନ୍ତି l

 

ବିଭିନ୍ନ ଶିକ୍ଷାନୁଷ୍ଠାନର ପୂର୍ବତନ କୁଳପତି, ଡିନ,ଅଧ୍ୟାପିକାଙ୍କ ଦ୍ୱାରା ଗଠିତ ଦିଲ୍ଲୀର ଏହି ଏକାଡେମିକ୍ ଫୋରମ୍ ଓଡିଶା ତଥା ଦେଶର ସ୍ୱାର୍ଥ ପାଇଁ ସର୍ବଦା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡିକୁ ସକ୍ରିୟ ଭାବରେ ଉଠାଇଆସୁଛି l ଦେଶ ତଥା  ରାଜ୍ୟର ହିତ ପାଇଁ ଏହି ଫୋରମ ଓଡ଼ିଶାର ପ୍ରଥମ  ମହିଳା ରାଷ୍ଟ୍ରପତି ପାର୍ଥୀନୀ ପଦବୀ ପାଇଁ ଲଢୁଥିବା ଦ୍ରୌପଦୀ ମୁର୍ମୁ ଙ୍କୁସମସ୍ତେ ଦଳ ମତ  ନିର୍ବିଶେଷରେ ସମର୍ଥନ କରନ୍ତୁ ବୋଲି ଅପିଲ କରିଛନ୍ତି  ସମସ୍ତ ରାଜନୈତିକ ଦଳଙ୍କୁ  ପ୍ରଫେସର ଦିନବନ୍ଧୁ ସାହୁ (ପୂର୍ବତନ କୁଳପତି ଫକୀରମୋହନ ବିଶ୍ୱବିଦ୍ୟାଳୟ ତଥା ନିର୍ଦ୍ଦେଶକ ସେଣ୍ଟର ଫର ହିମାଳୟ ଷ୍ଟଡିଜ୍ -ଦିଲ୍ଲୀ ବିଶ୍ୱବିଦ୍ୟାଳୟ), ପ୍ରଫେସର ବଳରାମ ପାଣି (ଡିନ୍ -ଡିୟୁ), ବିଜୟାଲକ୍ଷ୍ମୀ ନନ୍ଦ (ପ୍ରିନ୍ସିପାଲ୍, ମିରାଣ୍ଡା ହାଉସ୍), ଡ. ନେତ୍ରାନନ୍ଦ ସାହୁ, (ଦିଲ୍ଲୀ ସ୍କୁଲ୍ ଅଫ୍ ଇକୋନୋମିକ୍ସ) , ଡ. ବସନ୍ତ ଦାସ (ହିନ୍ଦୁ ବିଶ୍ୱବିଦ୍ୟାଳୟ), ଡ. ନିତ୍ୟାନନ୍ଦ ଅଗସ୍ତି ( ଡିଡିୟୁ କଲେଜ), ପ୍ରଫେସର ଏସ ଏନ ନାୟକ(ଆଇଆଇଟି ଦିଲ୍ଲୀ),  ପ୍ରଫେସର ବୈଷ୍ଣବ ତ୍ରିପାଠୀ (ଜେଏନୟୁ ତଥା ପୂର୍ବତନ ଭିସି, ରେଭେନ୍ସା ବିଶ୍ୱବିଦ୍ୟାଳୟ), ସୁଭକାନ୍ତ ମହାପାତ୍ର (ଓଏଘଙଟ), ପ୍ରଫେସର ସରୋଜ ମହାନନ୍ଦ (ଜାମିଆ ମିଲିଆ ଇସଲାମିଆ) ଏବଂ ପ୍ରଫେସର ପି କେ ସାହୁ (ଊଓଚଝଇଜ ବିଶ୍ୱବିଦ୍ୟାଳୟ) ପ୍ରମୁଖ ରାଜ୍ୟର ଗୌରବ ଦ୍ରୌପଦୀ ମୁର୍ମୁ ଙ୍କୁ  ନିସର୍ତ୍ତ ଭୋଟ  ଦେବାକୁ ନିବେଦନ  କରିଛନ୍ତି l 
 

Related News
satta king tw