Top Stories

Search here...

News

ପୁଣି ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ; ରାଜ୍ୟରେ ୩ ହଜାର ଟପିଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

Posted On - 1 minute ago
Edited By Team BbsrReporters
LAST UPDATED Jul 10, 2022 06:27 PM

ସଂକ୍ରମଣ ବଢୁଥିଲେ ବି ବୁଷ୍ଟର ଡୋଜ ଉପରେ କେହି ଗୁରୁତ୍ୱ ଦେଉନଥିବାରୁୁ ଚତୁର୍ଥ ଲହର ଆସିପାରେ ବୋଲି ବିଶେଷଜ୍ଞମାାନେ ମତ ପ୍ରକାଶ କରିଛନ୍ତି । 

 

BBSR Reporters

 

ଭୁବନେଶ୍ୱର: ଦେଶରେ ଏବେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଓଡ଼ିଶା ସମେତ ଅନ୍ୟ କିଛି ରାଜ୍ୟରେ ସଂକ୍ରମଣ ଉପରମୁହାଁ ହୋଇଛି ।  ରାଜ୍ୟରେ ଆଜି କରୋନା ସଂକ୍ରମଣ ୫୦୦ ଉପରେ ରହିଛି । ଗତ ୨୪ ଘଣ୍ଟାରେ ଆଉ ୫୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ କ୍ୱାରେଣ୍ଟେଇନ୍ରେ ୩୩୭ ଜଣ ଥିବାବେଳେ ଲୋକାଲ୍ କେସ୍ ୨୩୯ ରହିଛି । ତେବେ ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୬୯ ଜଣ ଆକ୍ରାନ୍ତ ରହିଛନ୍ତି ।

 

 ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ମୁତବାକ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୪ ଓ କଟକରୁ ୧୧୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୩ ହଜାର ୫୦୪କୁ ବୃଦ୍ଧି ପାଇଛି । ତେବେ ରାଜ୍ୟରେ ଆକ୍ଟିଭ୍ କେସ୍ ୩୦୨୭ ରହିଛି । ଅନ୍ୟପକ୍ଷରେ ୧୨ ଲକ୍ଷ ୮୧ ହଜାର ୨୯୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । 

 

ଅନୁଗୋଳରୁ ଜଣେ, ବାଲେଶ୍ୱରରୁ ୧୬, ବରଗଡ଼ରୁ ୨, ଭଦ୍ରକରୁ ୬, ବଲାଙ୍ଗିରରୁ ୨, ବୌଦ୍ଧରୁ ଜଣେ, କଟକରୁ ୧୧୮, ଦେବଗଡ଼ରୁ ୪, ଢେଙ୍କାନାଳରୁ ୨, ଗଜପତିରୁ ୮ , ଜଗତସିଂହପୁରରୁ ୮, ଯାଜପୁରରୁ ୬, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୫, କେନ୍ଦ୍ରାପଡ଼ାରୁ ୩, କେନ୍ଦୁଝରରୁ ୪, ଖୋର୍ଦ୍ଧାରୁ ୨୦୪, କୋରାପୁଟରୁ ୩, ମୟୂରଭଞ୍ଜରୁ ୧୭, ନବରଙ୍ଗପୁରରୁ ଜଣେ, ନୟାଗଡ଼ରୁ ୨, ନୂଆପଡ଼ାରୁ ୫, ପୁରୀରୁ ୩୭, ରାୟଗଡ଼ାରୁ ୨, ସମ୍ୱଲପୁରରୁ ୬, ସୋନପୁରରୁ ୨୦, ସୁନ୍ଦରଗଡ଼ରୁ ୪୨ ଓ ଷ୍ଟେଟ୍ ପୋଲରୁ ୪୫ ଜଣ ଚିହ୍ନଟ ହୋଇଛନ୍ତି ।

 

ସଂକ୍ରମଣ ବଢୁଥିବାରୁ ଖୋର୍ଦ୍ଧା, କଟକ ସମେତ ତିନି ଜିଲ୍ଲାରେ ରେଡ ୱାର୍ଣ୍ଣଂ ଜାରୀ କରାଯାଇଛି । ଦୈତ୍ୟ ନଗରୀରେ ମାସ୍କ କଟକଣା ଲଗାଯାଇଛି । ଟେଷ୍ଟିଂ ଉପରେ ମଧ୍ୟରେ ଗୁରୁତ୍ୱ ଦିଆଯାଉଛି । ହେଲେ ବୁଷ୍ଟର ଡୋଜ ଉପରେ କେହି ଗୁରୁତ୍ୱ ଦେଉନଥିବାରୁୁ ଚତୁର୍ଥ ଲହର ଆସିପାରେ ବୋଲି ବିଶେଷଜ୍ଞମାାନେ ମତ ପ୍ରକାଶ କରିଛନ୍ତି । 

Related News
satta king tw