Top Stories

Search here...

News

ତେଲ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୫ରେ ବିଶାଳ ସାଇକେଲ ରାଲି କରିବ କଂଗ୍ରେସ: ନିରଞ୍ଜନ ପଟ୍ଟନାୟକ

Posted On - 4 minutes ago
Edited By Team BbsrReporters
LAST UPDATED Jul 13, 2021 04:23 PM

ଜୁଲାଇ ୧୫ ତାରିଖରେ ଡିଜେଲ, ପେଟ୍ରୋଲ ନ କିଣିବାକୁ ଓଡ଼ିଶାବାସୀଙ୍କୁ ଅପିଲ କରିଛନ୍ତି ପିସିସି ସଭାପତି ।

 

BBSR Reporters


ଭୁବନେଶ୍ୱର: ଡିଜେଲ, ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ଜୁଲାଇ ୧୫ରେ ସାଇକେଲ ରାଲି କରିବ କଂଗ୍ରେସ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତୈଳ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୫ ତାରିଖରେ ବାମଦଳ ପକ୍ଷରୁ ଓଡ଼ିଶା ବନ୍ଦ ଡାକରାକୁ ମଧ୍ୟ କଂଗ୍ରେସ ସମର୍ଥନ କରିବ ।  ଗୁରୁବାର ଦିନ କଂଗ୍ରେସ ପକ୍ଷରୁ ଏକ ବିଶାଳ ସାଇକେଲ ରାଲି କରାଯିବ ବୋଲି ସେ କହିଛନ୍ତି ।

 


ସେଥିପାଇଁ ଜୁଲାଇ ୧୫ ତାରିଖରେ ଡିଜେଲ, ପେଟ୍ରୋଲ ନ କିଣିବାକୁ ନିରଞ୍ଜନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ  ଅପିଲ କରିଛନ୍ତି ଆସନ୍ତା ୧୭ ତାରିଖରେ ପେଟ୍ରୋଲ ପମ୍ପ ସମ୍ମୁଖରେ ଦସ୍ତଖତ ସଂଗ୍ରହ କରି କେନ୍ଦ୍ର ସରକାରଙ୍କୁ ପାଖରେ ଦାଖଲ କରାଯିବ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି  ।

\

ଏପଟେ ଆସନ୍ତା ୧୫ ତାରିଖରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟବ୍ୟାପି ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ ନବନିର୍ମାଣ ଯୁବ ଛାତ୍ର ସଂଗଠନ । ସକାଳ ୬ଟାରୁ ସଂଧ୍ୟାର ୬ଟା ପର୍ଯ୍ୟନ୍ତ ସମସ୍ତ ପେଟ୍ରୋଲ ପମ୍ପ ସାମ୍ନାରେ ଏଭଳି ଆନେ୍ଦାଳନ କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଭାବେ କରାଯାଉଛି । ତେଲ ଦର ସମେତ ଅନ୍ୟ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦରରେ ମଧ୍ୟ ଅହେତୁକ ବୃଦ୍ଧି ପାଇଛି, ଯାହାକୁ ବିରୋଧ କରି ଆନେ୍ଦାଳନକୁ ଓହ୍ଲାଇଛି ନବନିର୍ମାଣ ଯୁବ ଛାତ୍ର । ଦରବୃଦ୍ଧି ସାଧାରଣ ଲୋକଙ୍କୁ ଯନ୍ତ୍ରଣା ଦେଉଥିବା ବେଳେ ସରକାର ନିରବଦ୍ରଷ୍ଟା ସାଜିଛନ୍ତି ଛାତ୍ର ସଙ୍ଗଠନ କହିଛନ୍ତି । ତେଣୁ ଏହାର ପ୍ରତିବାଦ ଜଣାଇ ଏହି ଆନେ୍ଦାଳନ କରାଯାଇଛି  ।
 

Related News
satta king tw