Top Stories

Search here...

News

ପୁରୀରେ ଲାଗୁ ହେଲା ନୂଆ କୋଭିଡ କଟକଣା

Posted On - 6 hours ago
Edited By Team BbsrReporters
LAST UPDATED Jul 13, 2021 02:36 PM

କରୋନା ସଂକ୍ରମଣକୁ  ଦୃଷ୍ଟିରେ ରଖି ରଥଯାତ୍ରା ନିମନ୍ତେ ଆସନ୍ତା ୧୩ ତାରିଖ ସନ୍ଧ୍ୟା ୮ ଘଟିକା ପର୍ଯ୍ୟନ୍ତ କଟକଣା ଜାରି କରାଯାଇଥିଲା । 

 

BBSR Reporters


ପୁରୀ: କରୋନା ସଂକ୍ରମଣକୁ  ଦୃଷ୍ଟିରେ ରଖି ରଥଯାତ୍ରା ନିମନ୍ତେ ଆସନ୍ତା ୧୩ ତାରିଖ ସନ୍ଧ୍ୟା ୮ ଘଟିକା ପର୍ଯ୍ୟନ୍ତ କଟକଣା ଜାରି କରାଯାଇଥିଲା । ହେଲେ ଆଜି ପ୍ରଶାସନ ପକ୍ଷରୁ  ଏଥିରେ କିଛିଟା ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଲଗାଯାଇଥିବା କଟକଣାକୁ ପ୍ରତ୍ୟାହାର କରି ନିଆଯାଇଛି ।  ଶ୍ରୀ ଜୀଉମାନଙ୍କ ଆଡ଼ପ ମଣ୍ଡପ ବିଜେ ପହଣ୍ଡି ନିମନ୍ତେ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି  । 

 

ନୂଆ କଟକଣା ଅନୁଯାୟୀ,  କୁମ୍ଭାରପଡ଼ା ସାହିର ମିଶ୍ର ଲେନ ଦେଇ ବଡ଼ଶଙ୍ଖରୁ ବାନାମ୍ବର ଛକ, ଆଶୁତୋଷ ମଠ ଛକ ଠାରୁ ନୀଳକଣ୍ଠ ମନ୍ଦିର ଛକ, ନୀଳକଣ୍ଠ ମନ୍ଦିର ଛକ ଠାରୁ ବଡ଼ଶଙ୍ଖ, ପୁରୁଣା ନବକଳେବର ରୋଡ ଦେଇ ବାନାମ୍ବର ଛକ ଠାରୁ ମାଟିଆପଡା ଛକ, ମାଟିଆପଡା ଛକ ଠାରୁ ଆଶୁତୋଷ ମଠ ଛକ ଅଞ୍ଚଳରେ କଟକଣା ଜାରି ରହିବ ।  ଏହି କଟକଣା ଆସନ୍ତା ୧୪ ତାରିଖ ସକାଳ ୬ ଘଟିକା ପର୍ଯ୍ୟନ୍ତ ବଳବତ୍ତର ରହିବ ।

 

ଏହି ସମୟ ମଧ୍ୟରେ ଉକ୍ତ ଅଞ୍ଚଳରେ ସମସ୍ତ ଦୋକାନ ଓ ବଜାର, ଔଷଧ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ, କାର୍ଯ୍ୟାଳୟ ବନ୍ଦ ରହିବ । ସାଧାରଣ ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ଜାରି କରାଯାଇଛି । କେବଳ ସ୍ୱୀକୃତିପ୍ରାପ୍ତ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ବହନ କରିଥିବା ଗାଡ଼ିକୁ ଛାଡିଦେଲେ ଅନ୍ୟ ଗାଡ଼ିଗୁଡ଼ିକ ଯିବା ଆସିବା ଉପରେ ମଧ୍ୟ ଏହି କଟକଣା ବଳବତ୍ତର ରହିବ । ଏଥିନିମନ୍ତେ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି  । 
 

Related News
satta king tw