Top Stories

Search here...

News

ଭୁବନେଶ୍ୱର ପ୍ରତିଷ୍ଠା ଦିବସକୁ ନଡାକିବାକୁ ନେଇ ବିବାଦ; ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ

Posted On - 1 minute ago
Edited By Jyotirmayee Patanaik
LAST UPDATED Apr 13, 2022 08:42 PM

ଭୁବନେଶ୍ୱର ସାଂସଦ ହିସାବରେ ସମାରୋହରେ ସାମିଲ ହେବା ପାଇଁ ସେ ଆଗ୍ରହୀ, ହେଲେ କାହିଁକି ତାଙ୍କୁ ଆମନ୍ତ୍ରଣ କରାଗଲା ନାହିଁ ଓ ତାଙ୍କର ଦୋଷ କ’ଣ ବୋଲି ଟ୍ୱିଟ୍ କରି ପ୍ରଶ୍ନ କରିଛନ୍ତି ଅପରାଜିତା ।

 

BBSR Reporters


ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ରାଜଧାନୀ ପ୍ରତିଷ୍ଠା ଦିବସରେ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି । ହେଲେ ତାଙ୍କୁ କାହିଁକି ଡକାହେଲାନି ବୋଲି ସେ ଚିଠି ଜରିଆରେ ପଚାରିଛନ୍ତି । ଏମିତିକି ସରକାର ଯେଉଁ ନିମନ୍ତ୍ରଣ କାର୍ଡ ଛାପିଛନ୍ତି ସେଥିରେ ମଧ୍ୟ ତାଙ୍କ ନାଁ ଉଲେଖ ନଥିବା କଥା ଚିଠିରେ ଉଲ୍ଲେଖ କରିଛନ୍ତି ସାଂସଦ । ଜଣେ ଲୋକପ୍ରତିନିଧି ଭାବରେ ତାଙ୍କୁ ଏହି କାର୍ଯ୍ୟକ୍ରମକୁ ଡକାଯିବା କଥା କିନ୍ତୁ କାହିଁକି ଡକାହେଲାନି ବୋଲି ଅପରାଜିତା ଚିଠି ଜରିଆରେ ପଚାରିଛନ୍ତି । ଏପରି ତ୍ରୁଟି ପାଇଁ କିଏ ଦାୟୀ ବୋଲି ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି ସାଂସଦ ।


ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଆମନ୍ତ୍ରଣ ହୋଇଥିବାରୁ  ଟ୍ୱିଟ କରି ଏଥିପାଇଁ କ୍ଷୋଭ ପ୍ରକାଶ କରିଥିଲେ ଅପରାଜିତା । ସୋସିଆଲ ମିଡିଆରେ କ୍ଷୋଭ ପ୍ରକାଶ କରି ସେ ଲେଖିଛନ୍ତି ଯେ, ଆଜି ରାଜଧାନୀ ଭୁବନଶ୍ୱରର ପ୍ରତିଷ୍ଠା ଦିବସ । ଏହାକୁ ବଡ଼ ଧୁମ୍ଧାମ୍ରେ ରାଜ୍ୟ ସରକାର ପାଳନ କରୁଛନ୍ତି । ହେଲେ ତାଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ଏହି ସମାରୋହକୁ ଆମନ୍ତ୍ରଣ କରାଯାଇଛି । ଭୁବନେଶ୍ୱର ସାଂସଦ ହିସାବରେ ସମାରୋହରେ ସାମିଲ ହେବା ପାଇଁ ସେ ଆଗ୍ରହୀ, ହେଲେ କାହିଁକି ତାଙ୍କୁ ଆମନ୍ତ୍ରଣ କରାଗଲା ନାହିଁ ଓ ତାଙ୍କର ଦୋଷ କ’ଣ ବୋଲି ଟ୍ୱିଟ୍ କରି ପ୍ରଶ୍ନ କରିଛନ୍ତି ଅପରାଜିତା ।

 

ତେବେ ନିକଟରେ ସାଂସଦ ଅପରାଜିତାଙ୍କ ସହ ରାଜ୍ୟ ସରକାରଙ୍କ ତିକ୍ତତା ବଢିଥିବା ଭଳି ଦେଖାଯାଉଛି । ଭୁବନେଶ୍ୱର ଏକାମ୍ର ପ୍ରକଳ୍ପରୁ ଆରମ୍ଭ କରି ପୁରୀ ପରିକ୍ରମା ପ୍ରକଳ୍ପ ଯାଏଁ ରାଜ୍ୟ ସରକାରଙ୍କୁ ବାରମ୍ବାର ଟାର୍ଗେଟ୍ କରୁଛନ୍ତି ଅପରାଜିତା । ଭୁବନେଶ୍ୱରରେ ଝାରପଡ଼ାରେ ଗଣେଣ ମଣ୍ଡପରେ ବ୍ୟବସାୟୀଙ୍କ ଦୋକାନ ଭଙ୍ଗାକୁ ନେଇ ମଧ୍ୟ ବିଏମ୍ସି ଉପରେ ବର୍ଷିଛନ୍ତି । ଏଭଳି ତିକ୍ତତା ଭିତରେ ସ୍ଥାନୀୟ ସାଂସଦଙ୍କୁ ରାଜଧାନୀର ଜନ୍ମଦିନ ଉତ୍ସବରେ ଡକାନଯିବା ବିଜେଡି ଓ ବିଜେପି ଭୀିତରେ ଥିବା ରାଜନୈତିକ ଅସୂୟାକୁ ପଦାକୁ ଆଣିଛି ।

 

ଏହି ପ୍ରସଙ୍ଗରେ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ଏଥିରେ କୌଣସି ପ୍ରକାର ରାଜନୀତି ହୋଇନାହିଁ । ଯାହା ନିୟମ ଅଛି ସେ ଅନୁସାରେ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ସେପଟେ ରାଜଧାନୀ ଭୁବନେଶ୍ୱର ପ୍ରତିଷ୍ଠା ଦିବସ ସମାରୋହର ସଭାପତି ପ୍ରଦୋଶ ପଟ୍ଟନାୟକ କହିଛନ୍ତି ଅପରାଜିତାଙ୍କୁ ନଡ଼ାକିବା ଦୁର୍ଭାଗ୍ୟଜନକ । କେଉଁଠି ତ୍ରୁତି ରହିଛି ସେନେଇ ଅନୁଧ୍ୟାନ କରାଯିବ ।
 

Related News
satta king tw