Top Stories

Search here...

News

ଲକ୍ଷ ପୁରଣ ନହେବା ପର୍ଯ୍ୟନ୍ତ ଜାରି ରହିବ ମିଲିଟାରୀ ଅପରେସନ୍; ପୁଟିନଙ୍କ ବୟାନକୁ ନେଇ ଚର୍ଚ୍ଚା

Posted On - 1 minute ago
Edited By Jyotirmayee Patanaik
LAST UPDATED Apr 13, 2022 08:35 PM

ୟୁକ୍ରେନ ସେନା ଉପରେ ଡ୍ରୋନ ସାହାଯ୍ୟରେ କୌଣସି ରସାୟନିକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ଏହାର ତଦନ୍ତ ଆରମ୍ଭ କରିଛି ୟୁକ୍ରେନ୍ । ୟୁକ୍ରେନ ଉପରେ କୌଣସି ରସାୟନିକ ପଦାର୍ଥ ଯୁକ୍ତ ଅସ୍ତ୍ର ବ୍ୟବହାର କଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି ଆମେରିକା ଏବଂ ନାଟୋ ଦେଶ । 

 

BBSR Reporters

 

ନୂଆଦିଲ୍ଲୀ: ଋଷ ୟୁକ୍ରେନ ଯୁଦ୍ଧ ଭିତରେ ବଡ଼ ବୟାନ ଦେଇଛନ୍ତି ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ । ଯେପର୍ଯ୍ୟନ୍ତ ତାଙ୍କର ଲକ୍ଷ ପୁରଣ ନ ହୋଇଛି ସେପର୍ଯ୍ୟନ୍ତ ଆକ୍ରମଣ ଜାରି ରହିବ । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ୪୯ ଦିନରେ ପହଂଚିଥିବା ବେଳେ ପୁଟିନ୍ ଏଭଳି ମନ୍ତବ୍ୟକୁ ନେଇ ଚର୍ଚ୍ଚା ହେଉଛି । 


ରାଷ୍ଟ୍ରପତି ପୁଟିନ୍ କହିଛନ୍ତି ଲକ୍ଷ୍ୟ ପୂରଣ ନହେବା ଯାଏ ୟୁକ୍ରେନରେ ମିଲିଟାରୀ ଅପରେସନ ଜାରି ରହିବ । ଋଷିଆ ପୂର୍ବ ୟକ୍ରେନରେ ରହୁଥିବା ନାଗରିକଙ୍କୁ ସୁରକ୍ଷା ଯୋଗାଇଦେବାକୁ ଯୁଦ୍ଧ କରୁଛି, ଯାହା ଋଷିଆ ନିଜର ସୁରକ୍ଷା ପାଇଁ କରୁଛି ।  ବୁଚା ଗଣହତ୍ୟାକୁ ପୁଟିନ୍ ଅସ୍ୱୀକାର କରିବା ସହ ଏହାକୁ ଫେକ୍ ଅର୍ଥାତ ମିଛ ବୋଲି କହିଛନ୍ତି । ବୁଚାରେ ଶହ ଶହ ନାଗରିକଙ୍କ ମୃତ ଦେହ ପଡିଥିବା ଖବରକୁ ୟୁକ୍ରେନର ମିଛ ପ୍ରଚାର ବୋଲି କହିଛି ଋଷ ।


କିନ୍ତୁ ୟୁକ୍ରେନ ରାଜଧାନୀ କୀଭ୍ ଦଖଲ ଅଭିଯାନରେ ଥିବା ଋଷ ସେନାକୁ ଏଯାଏଁ ସଫଳତା ମିଳିନାହିଁ । ଋଷିଆ ସେନା ଏବେ ଡୋନବାସ ଉପରେ ଗୁରୁତ୍ୱ ଦେଇ ସେଠାରେ ଆକ୍ରମଣ ଜୋରଦାର କରିଛି । ଡୋନବାସରେ ୨୦୧୪ରୁ ୟୁକ୍ରେନ ସେନା ଏବଂ ଋଷିଆ ସମର୍ଥିତ ବିକ୍ଷୋଭକାରୀଙ୍କ ସହ ଲଢେଇ ଜାରି ରହିଛି । ମସ୍କୋ ଡୋନବାସର ବିକ୍ଷୋଭକାରୀଙ୍କୁ ସହଯୋଗ କରି ସ୍ଥାନୀୟ ଲୋକଙ୍କ ସମର୍ଥନ ପାଇବାକୁ ଚେଷ୍ଟା ଚଳାଇଛି ।

 

ୟୁକ୍ରେନ ସେନା ଉପରେ ଡ୍ରୋନ ସାହାଯ୍ୟରେ କୌଣସି ରସାୟନିକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ଏହାର ତଦନ୍ତ ଆରମ୍ଭ କରିଛି ୟୁକ୍ରେନ୍ । ୟୁକ୍ରେନ ଉପରେ କୌଣସି ରସାୟନିକ ପଦାର୍ଥ ଯୁକ୍ତ ଅସ୍ତ୍ର ବ୍ୟବହାର କଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି ଆମେରିକା ଏବଂ ନାଟୋ ଦେଶ । ୟକ୍ରେନ ରାଷ୍ଟପତି ଜେଲେନସ୍କି କହିଛନ୍ତି ବିଶେଷଜ୍ଞମାନେ ଏହି ପଦାର୍ଥ କ’ଣ ଜାଣିବାକୁ ଚେଷ୍ଟା କରୁଛନ୍ତି । ଯଦି କୌଣସି ରସାୟନିକ ପଦାର୍ଥ ବ୍ୟବହାର ପ୍ରମାଣ ମିଳେ, ତେବେ ଯୁଦ୍ଧ ବ୍ୟାପକ ହେବା ନେଇ ଆଶଙ୍କା କରାଯାଉଛି ।


ଜେଲେନସ୍କି କହିଛନ୍ତି ମହିଳା ଏବଂ ଶିଶୁମାନଙ୍କ ବିରୋଧରେ ଋଷିଆ ସେନାର ଅମାନବୀୟ କାର୍ଯ୍ୟ ଜାରି ରହିଛି ।  ୟୁକ୍ରେନ ମହିଳାମାନେ ଦୁଷ୍କର୍ମର ଶିକାର ହେଉଛନ୍ତି ବୋଲି ଅଭିଯୋଗ କରି ବିଶ୍ୱ ସମୂହ ଏବେ ଏହାର ପ୍ରତିବାଦ କରିବାକୁ ଆହ୍ୱାନ ଦେଇଛନ୍ତି ଜେଲେନସ୍କି । ମାରିଓପୋଲ ସହରରେ ୧୦ ହଜାର ନାଗରିକଙ୍କ ସହ ୨୦ ହଜାରରୁ ଊଦ୍ଧ୍ୱର୍ ଲୋକଙ୍କ ମୃତୁ୍ୟ ହୋଇଛି, ମୃତ ଦେହଗୁଡିକ ସହରରେ ବିଭିନ୍ନ ସ୍ଥାନରେ ପଡିରହିଛି । ଆମେରିକା ରାଷ୍ଟପ୍ରତି ଜୋ ବାଇଡେନ ପ୍ରଥମ ଥର ପାଇଁ ଋଷିଆର ଜେନୋସାଇଡ ଅର୍ଥାତ ଗଣହତ୍ୟା ବୋଲି କହିଛନ୍ତି । ଏଥିସହ ପୁଟିନଙ୍କୁ ଯୁଦ୍ଧ ଅପରାଧୀ ବୋଲି ମଧ୍ୟ କହିଛନ୍ତି ।


 

Related News
satta king tw