Top Stories

Search here...

News

ସ୍ଥଗିତ ରହିଲା ଶ୍ରୀମନ୍ଦିର ସୁରକ୍ଷା ଦାବିରେ ପଦଯାତ୍ରା; ଗଜପତିଙ୍କ ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଲା

Posted On - 1 minute ago
Edited By Jyotirmayee Patanaik
LAST UPDATED Apr 26, 2022 08:59 PM

ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ବିଜେପିର ସମ୍ବିତ ପାତ୍ର କହିଛନ୍ତି, ଏଏସଆଇ କ’ଣ କହୁଛି, ତା’ ପାଇଁ ଅପେକ୍ଷା କରିବା ଦରକାର । ଓଡ଼ିଶା ହାଇକୋର୍ଟଙ୍କ ନିଦେ୍ର୍ଧଶ ଆସିବା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରହୁ ବୋଲି ସେ କହିଛନ୍ତି ।

 

BBSR Reporters


ଭୁବନେଶ୍ୱର: ସ୍ଥଗିତ ରହିଲା ଶ୍ରୀମନ୍ଦିର ସୁରକ୍ଷା ଦାବିରେ ଆସନ୍ତାକାଲି ହେବାକୁ ଥିବା ପଦଯାତ୍ରା । ଏସମ୍ପର୍କରେ ସୂଚନା ଦେଇଛନ୍ତି ଜଗନ୍ନାଥ ସେନାର ଆବାହକ ପି୍ରୟଦର୍ଶନ ପଟ୍ଟନାୟକ । ପୁଲିସ ଅନୁମତି ନଦେବାରୁ ପଦଯାତ୍ରା ବନ୍ଦ ରଖିବାକୁ ପଡିବ ବୋଲି କହିଛନ୍ତି ପ୍ରିୟଦର୍ଶନ । ପଦଯାତ୍ରା ଡାକରା ଦେଇଥିବା ଅନ୍ୟ ସଂଗଠନମାନେ ମଧ୍ୟ ସମାନ କଥା ସୂଚନା ଦେଇଛନ୍ତି । ପୂୁରୀ ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ରେ ଚାଲିଥିବା ନିର୍ମାଣକୁ ବିରୋଧ କରି ଆସନ୍ତାକାଲି ଶାନ୍ତିପୂର୍ଣ୍ଣ ପଦଯାତ୍ରା କରିବାକୁ ବିଭିନ୍ନ ସଂଗଠନ ଡାକରା ଦେଇଥିଲେ । ଏଥିରେ ହଜାର ହଜାର ଲୋକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା ।

 

ସାଂସଦ ଅପରାଜିତା ଷଡଂଗୀ ମଧ୍ୟ ଏହି ପଦଯାତ୍ରା ସାମିଲ ହେବା ନେଇ ସୂଚନା ଦେଇଥିଲେ । କିନ୍ତୁ ପଦଯାତ୍ରାକୁ ସେବାୟତ ଓ ଅନ୍ୟ କିଛି ଗୋଷ୍ଠୀ ବିରୋଧ କରିଥିବାରୁ ଆଇନଶୃଂଖଳା ପରିସ୍ତିତି ଉପୁଜିବା ଆଶଙ୍କା କରି ପଦଯାତ୍ରାକୁ ଅନୁମତି ଦେଇନାହିଁ ପୁଲିସ । ତେବେ ଆନେ୍ଦାଳନ ବନ୍ଦ ହେବନି, ବିକାଶ କାମକୁ ବନ୍ଦ କରାଯାଉନାହିଁ, କିନ୍ତୁ ଶ୍ରୀମନ୍ଦିରର କୌଣସି କ୍ଷତି ହେବ ନାହିଁ ବୋଲି ସ୍ପଷ୍ଟ କରିବା ଆବଶ୍ୟକ ବୋଲି ସେମାନେ ଦାବି କରିଛନ୍ତି ।

 

ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ସୋସିଆଲ ମିଡିଆ ପୋଷ୍ଟ । ରାଜନୀତି ନକରି ଏଏସଆଇ କ’ଣ କହୁଛି, ତା’ ପାଇଁ ଅପେକ୍ଷା କରିବା ଦରକାର । ଓଡ଼ିଶା ହାଇକୋର୍ଟଙ୍କ ନିଦେ୍ର୍ଧଶ ଆସିବା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରହୁ । ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କର । ଭକ୍ତଙ୍କ ବିକାଶ ଓ ସୁବିଧା ପାଇଁ ବିଜେପି ସର୍ବଦା ଚିନ୍ତା କରିଆସିଛି । ଲିଙ୍ଗରାଜ ମନ୍ଦିର ନିକଟରେ ମଧ୍ୟ ବିଶୃଙ୍ଖଳିତ ଭାବେ ନିର୍ମାଣ ଓ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଆମେ ବିରୋଧ କରିବା ପରେ ଏଏସଆଇ ହସ୍ତକ୍ଷେପ କରିଥିଲା । ଯାହା ଫଳରେ ଆଜି ୧୪ଶହ ବର୍ଷ ତଳର ମହିଷାମର୍ଦ୍ଧିନୀ ମୂର୍ତି ଉଦ୍ଧାର ହୋଇଛି । ତେଣୁ ଶ୍ରୀମନ୍ଦିରରେ ମଧ୍ୟ ଏଏସଆଇ କ’ଣ ନିଷ୍ପତି ନେଉଛି, ତାକୁ ଅପେକ୍ଷା କରିବା ଦରକାର ବୋଲି ସୋସିଆଲ୍ ମିଡିଆରେ ଲେଖିଛନ୍ତି ସମ୍ବିତ ପାତ୍ର ।

 

ଶ୍ରୀମନ୍ଦିର ସୁରକ୍ଷିତ ଥିବା ଗଜପତି ଦିବ୍ୟସିଂହ ଦେବ କହିବା ପରେ ପ୍ରଶ୍ନ ଉଠାଇଛନ୍ତି, ବରିଷ୍ଠ ନେତା ବିଜୟ ମହାପାତ୍ର । କହିଛନ୍ତି, ବିଶେଷଜ୍ଞମାନେ ହିଁ ମନ୍ଦିର ସୁରକ୍ଷା ନେଇ ମତ ଦେଇପାରିବେ । ଗଜପତି ଏନେଇ କହିବା ପାଇଁ ଅଥରାଇଜ ନୁହଁନ୍ତି । ଗଜପତି ମନ୍ଦିର ନୀତିକାନ୍ତି ଓ ଅନ୍ୟାନ୍ୟ ବିଷୟରେ ମତ ରଖି ପାରିବେ । କିନ୍ତୁ ମନ୍ଦିର ସୁରକ୍ଷିତ ଅଛି କି ନାହିଁ ସେ କେମିତି କହିବେ । ଏଥିସହ, ଏଏସଆଇର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜୟ । ଯଦି ଆରଟିଆଇରେ ଏଏସଆଇ ତଥ୍ୟ ଦେଇପାରୁଛି ହାଇକୋର୍ଟରେ କାହିଁକି ଦେଇପାରିଲେ ନାହିଁ ସେ ନେଇ ପ୍ରଶ୍ନ କରିଛନ୍ତି ।
 

Related News
satta king tw