Top Stories

Search here...

News

ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତକୁ ନେଇ ରାଜନୀତି ତେଜୁଛି ରାଜନୀତି; ପମିଳା କହିଲେ ସୋ’ ବାଜି କରୁଛନ୍ତି ସାଂସଦ 

Posted On - 3 minutes ago
Edited By Jyotirmayee Patanaik
LAST UPDATED Apr 28, 2022 07:49 PM

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ମନ୍ଦିର ପ୍ରତି ବିପଦ ଅଛି ବୋଲି କିଏ କହୁଛି ସେ ପ୍ରଶ୍ନ କରିଛନ୍ତି ।  ବହୁତ ଲୋକ ବହୁତ କଥା କହୁଛନ୍ତି । ରାଜନୀତି ସରିଯାଉ ବିଧାନସଭା ଗୃହ କମିଟି ଅନୁଧ୍ୟାନ ପାଇଁ ଯିବ ବୋଲି ସେ କହିଛନ୍ତିି ।

 

BBSR Reporters

 

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଅପରାଜିତାଙ୍କ ପୁରୀ ଗସ୍ତକୁ ନେଇ କଡା ସମାଲୋଚନା କରିଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଅପରାଜିତା କେବଳ ଶୋ’ ବାଜି କରୁଥିବା କହିଛନ୍ତି ପ୍ରମିଳା । ସେ କହିଛନ୍ତି, ଅପରାଜିତାଙ୍କୁ ତାଙ୍କ ଦଳରେ କେହି ସମର୍ଥନ କରୁନାହାନ୍ତି । ସରକାର କର୍ମକର୍ତା ମନା କରିବା ସତ୍ୱେ ତାଙ୍କର ପୁରୀ ଯିବା ଉଚିତ୍ ନଥିଲା । ସେ କେବଳ ନିଜର ପ୍ରଚାର ପ୍ରସାର କରିବାକୁ ଚାହୁଁଥିବା କହିଛନ୍ତି ପ୍ରମିଳା । ସେପଟେ ଅପରାଜିତାଙ୍କୁ ସମର୍ଥନ କରିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ।

 

ଅପରାଜିତାଙ୍କୁ ସମର୍ଥନ କରି ସେ କହିଛନ୍ତି, କାଲି ଅପରାଜିତା ଦର୍ଶନ ପାଇଁ ଯାଇଥିଲେ । ବିକାଶକୁ କେହିବି ବିରୋଧ କରୁନାହାନ୍ତି । ସବୁକିଛି ନିୟମ ଅନୁସାରେ ହେବା ଦରକାର । ତେଣୁ ବିକାଶକୁ ନେଇ ରାଜନୀତି କରାନଯାଉ ବୋଲି କହିଛନ୍ତି ଜୟନ୍ତ । ସେହିପରି ବିଜେପି ନେତ୍ରୀ ସୋନାଲୀ ସାହୁ କାହା ନାଁ ନନେଇ ଅପରାଜିତାଙ୍କୁ ଟାର୍ଗେଟ୍ କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାବାସୀଙ୍କ ସହ ଅଛନ୍ତି । ଏକ ସୁସ୍ଥ ଓଡ଼ିଶା ଗଠନ କରିବା ଆମର ଲକ୍ଷ୍ୟ । କିନ୍ତୁ କିଛି କୁଚକ୍ରୀ ଏହା ବିରୋଧରେ ଯିବାକୁ ଚେଷ୍ଟା କରୁଛନ୍ତି । ମହାପ୍ରଭୁ ଜଗନ୍ନାଥ ପ୍ରତିଟି ଓଡ଼ିଆଙ୍କ ହୃଦୟରେ ଅଛନ୍ତି । ତେଣୁ ଏକଥା ଆମକୁ କେହି ଅଣଓଡ଼ିଆ ବୁଝାଇବା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ସୋନାଲି ସାହୁ ।

 

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ବଡ ବୟାନ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।  ମନ୍ଦିର ପ୍ରତି ବିପଦ ଅଛି ବୋଲି କିଏ କହୁଛି ସେ ପ୍ରଶ୍ନ କରିଛନ୍ତି ।  ବହୁତ ଲୋକ ବହୁତ କଥା କହୁଛନ୍ତି । ରାଜନୀତି ସରିଯାଉ ବିଧାନସଭା ଗୃହ କମିଟି ଅନୁଧ୍ୟାନ ପାଇଁ ଯିବ । ସେ ଏସମ୍ପର୍କରେ କର୍ତୁପକ୍ଷଙ୍କ ଠାରୁ  ରିପୋର୍ଟ ନେଉଛନ୍ତି । ଅନୁଧ୍ୟାନ କରିବା ପରେ ରିପୋର୍ଟ ଦେବେ ବୋଲି ସେ କହିଛନ୍ତି ।
 

Related News
satta king tw