Top Stories

Search here...

News

ଋଥରୁ ଓହ୍ଲାଇ ଜନ୍ମବେଦୀଙ୍କୁ ଗଲେ ତିନି ଠାକୁର 

Posted On - 4 minutes ago
Edited By Team BbsrReporters
LAST UPDATED Jul 13, 2021 04:55 PM

କୋଭିଡ-୧୯ କଟକଣା ଯୋଗୁଁ ପୁରୀରେ କର୍ଫ୍ୟୁ ଲାଗୁ ହୋଇଥଲେ ମଧ୍ୟ କିଛି ଭକ୍ତ ଲୁଚି ଛପି ଜଗନ୍ନାଥଙ୍କ ଦର୍ଶନ କରିଥିଲେ ।

 

BBSR Reporters


ପୁରୀ: ପ୍ରଭୁ ଶ୍ରୀଜଗନ୍ନାଥ ଆଡ଼ପମଣ୍ଡପକୁ ବିଜେ କରିଛନ୍ତି । ସାଥୀରେ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ମଧ୍ୟ ଆଡ଼ପମଣ୍ଡପକୁ ବିଜେ କରିଛନ୍ତି । ଏଥି ପାଇଁ ପୂର୍ବରୁ ସମସ୍ତ ପ୍ରକାରର ତିନିକାନ୍ତି ଶେଷ ହୋଇଛି ।  କାଳିଆ ସାଆନ୍ତ ରଥରୁ ଓହ୍ଲାଇ ଜନ୍ମବେଦୀକୁ ଯିବା ପୂର୍ବରୁ ସେବାୟତମାନେ ସବୁ କିଛି ତିନିକାନ୍ତି ସମୟ ଅବଧି ପୂର୍ବରୁ ଶେଷ କରିଥିଲେ । ପରେ ତିନି ଠାକୁରଙ୍କୁ ରଥରୁ ଓହ୍ଲାଇ ଗୋଟି ପହଣ୍ଡିରେ ଜନ୍ମବେଦୀକୁ ନିଆଯାଇଥିଲା । ଏହା  ପୂର୍ବରୁ ରଥ ଉପରେ ନୀତିକାନ୍ତି ଶେଷ ହୋଇଥିଲା ।  ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥରେ ଚାରମାଳବନ୍ଧା କାର୍ଯ୍ୟ ହୋଇଥିଲା ।  ଏହି କାମ ଶେଷ ହେବା ପରେ ମହାପ୍ରଭୁଙ୍କୁ ଗୋଟି ପହଣ୍ଡି ମାଧ୍ୟମରେ ଜନ୍ମବେଦୀକୁ ନିଆଯାଇଥିଲା ।


ସେବାୟତମାନଙ୍କର ଦ୍ୱାରା ଆଜି ଦିନ ସାରା ରଥ ଉପରେ ନୀତିକାନ୍ତି କରାଯାଇଥିଲା  । ମହାପ୍ରଭୁଙ୍କୁ ଶୁଖିଲା ଭୋଗ ଅର୍ପଣ କରାଯାଇଥିଲା  । କୋଭିଡ-୧୯ କଟକଣା ଯୋଗୁଁ ପୁରୀରେ କର୍ଫ୍ୟୁ ଲାଗୁ ହୋଇଥିବାରୁ ସାଧାରଣ ଭକ୍ତଙ୍କୁ ଶରଧାବାଲିକୁ ବାରଣ ହୋଇଥିଲା  । ତଥାପି କିଛି ଭକ୍ତ ଲୁଚି ଛପି ଜଗନ୍ନାଥଙ୍କ ଦର୍ଶନ କରିଥିଲେ ।

 

ଆଶାଢ଼ ଶୁକ୍ଲପକ୍ଷ ଦ୍ୱିତୀୟ ତିଥିରେ ମହାପ୍ରଭୁ ୯ ଦିବସୀୟ ଯାତ୍ରାରେ ବାହାରିଥିଲେ  । ଏହି ଅବସରରେ ଗତକାଲି ସକାଳୁ ଶ୍ରୀମନ୍ଦିରରେ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା  । ୭ଟାରୁ ଧାଡ଼ି ପହଣ୍ଡି ଆରମ୍ଭ ହୋଇ ପୂର୍ବାହ୍ନ ୧୦ଟାରେ ଏହା ଶେଷ ହୋଇଥିଲା  । ଦିନ ୧୨ଟାରେ ରଥଟଣା କାର୍ଯ୍ୟ ହୋଇଥିଲା  । ସନ୍ଧ୍ୟା ପୂର୍ବରୁ ତିନି ରଥ ଶରଧାବାଲିରେ ପହଂଚି ସାରିଥିଲା  । ତେବେ ନିର୍ଦ୍ଧାରିତ ସମୟର ତିନି ଘଣ୍ଟା ପୂର୍ବରୁ ରଥ ଟଣା ଆରମ୍ଭ ହୋଇଥିଲା । 
 

 

Related News
satta king tw