Top Stories

Search here...

News

ମନ୍ତ୍ରୀ ବିଶ୍ୱେଶର ଟୁଡୁଙ୍କ ବିବାଦୀୟ ବୟାନ

Posted On - 5 minutes ago
Edited By Team BbsrReporters
LAST UPDATED May 01, 2022 05:19 PM
 
ଛତିଶଗଡ ପାଣି ଅଟକାଇବାରୁ ମହାନଦୀରେ ଅଣମୌସୁମୀ ଜଳ ପ୍ରବାହ କମିଛି ।
 
BBSR Reporters
 
ଓଡ଼ିଶାକୁ ଯେତିକି ପାଣି ମିଳିବା କଥା ତାର ୩୦ ପ୍ରତିଶତ କମ୍ ମିଳୁଛି । ମହାନଦୀର ଉପରମୁଣ୍ଡରେ ଥିବାରୁ ଛତିଶଗଡ ୫୧୬ଟି ଆନିକଟ, ୨୯ଟି ମଧ୍ୟମ ଧରଣ ଡ୍ୟାମ, ୧୦ଟି ବଡ ବଡ ଡ୍ୟାମ୍ ନିର୍ମାଣ କରି ପାଣି ଅଟକାଉଥିବାବେଳେ ୭ଟି ପ୍ରକଳ୍ପ କାମ ଚାଲୁ ରଖିଛି । ଏହା ବିରୋଧରେ ଓଡିଶା ମହାନଦୀ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଛି । ଆଉ ଏତିକିବେଳେ ଛତିଶଗଡ ଚଂଚକତାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ବିଶ୍ୱେଶର ଟୁଡୁ । ଛତିଶଗଡ଼ ତା ଜାଗାରେ ବ୍ୟାରେଜ କରି ପାଣି ନେଉଛି । ଏଥିରେ ଭୁଲ କେଉଁଠି ରହିଲା ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏଥିପାଇଁ ଛତିଶଗଡକୁ କାହିଁହି ଦୋଷ ଦିଆଯିବ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ଆଜି ଏଭଳି ସମସ୍ୟା ସୃଷ୍ଟି ହୋଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ରାଜ୍ୟ ସରକାର ପାଣି ଅଟକାଇବା ପାଇଁ ତଳ ମୁଣ୍ଡରେ କିଛି କରିନାହାନ୍ତି । ରାଜ୍ୟ ସରକାର ଚାହିଁଥିଲେ କେନ୍ଦ୍ର ସରକାରଙ୍କୁ ଏ ବାବଦରେ ପ୍ରସ୍ତାବ ଦେଇପାରିଥାନ୍ତେ । କିନ୍ତୁ ଏପର୍ଯ୍ୟନ୍ତ ସରକାର କୌଣସି ପ୍ରସ୍ତାବ ଦେଇନାହାଁନ୍ତି । ସେ ଆହୁରି କହିଛନ୍ତି, ଯଦି ରାଜ୍ୟ ସରକାର ଏ ବାବଦରେ ପ୍ରସ୍ତାବ ଦିଅନ୍ତି, ତେବେ ଏନେଇ କାର୍ଯ୍ୟ କରାଯିବ । ତେଣୁ ରାଜ୍ୟ ସରକାର କୁମ୍ଭୀର କାନ୍ଦଣା ନକାନ୍ଦି ମହାନଦୀ ତଳମୁଣ୍ଡରେ ବ୍ୟାରେଜ ଓ ଡ୍ୟାମ ନିର୍ମାଣ କରି ବର୍ଷଦିନ ଜଳକୁ ସଂର କ୍ଷିତ କରି ରଖିବା ଉପରେ ଧ୍ୟାନ ଦିଅନ୍ତୁ ବୋଲି କହିଛନ୍ତି କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ବିଶ୍ୱେଶସର ଟୁଡୁ । ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଉପଲକ୍ଷେ ମନ୍ତ୍ରୀ ରାୟଗଡ଼ା ଗସ୍ତରେ ଯାଇଥିବା ବେଳେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତର ଦେଇ ଏଭଳି କହିଛନ୍ତି ।
 
କୋର୍ଟରେ ଆଂଚଳିକ ଭାଷାର ବ୍ୟବହାର ଉପରେ ଗୁରୁତ୍ୱ
 
ଡିଜିଟାଲ ଇଣ୍ଡିଆ ମିଶନ ଅଧିନରେ ନ୍ୟାୟପାଳିକା ବ୍ୟବସ୍ଥାରେ ଟେକ୍ନୋଲୋଜିର ବିକାଶ ପାଇଁ ଭାରତ ସରକାର ଗୁରୁତ୍ୱ ଦେଉଛନ୍ତି । ନ୍ୟାୟ ବ୍ୟବସ୍ଥ୍ୟାର ଉନ୍ନତି ପାଇଁ ଆମେ ପୁରା ଚେଷ୍ଟା ଚଳାଇଛୁ । ଭିତିଭୂମିରେ ମଧ୍ୟ ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ବିଚାରପତିମାନଙ୍କର ମିଳିତ ସମ୍ମିଳନୀରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, କୋର୍ଟରେ ଆଂଚଳିକ ଭାଷାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ଏହା ଦ୍ୱାରା ନାଗରିକମାନଙ୍କର ନ୍ୟାୟ ବ୍ୟବସ୍ଥା ଉପରେ ବିଶ୍ୱାସ ବଢିବ ବୋଲି ମୋଦି କହିଛନ୍ତି । ମୋଦି ଆହୁରୀ କହିଛନ୍ତି, ୨୦୧୫ରେ ଆମେ ୧୮ ଶହ ଅନାବଶ୍ୟକ ଆଇନ ଅବା ଧାରା ଚିହ୍ନଟ କରିଥିଲୁ । ସେଥିରୁ କେନ୍ଦ୍ର ସରକାର ୧୪ ଶହ ୫୦ ଆଇନ୍‌କୁ ଉଚ୍ଛେଦ କରିଥିବା ବେଳେ ରାଜ୍ୟ ସରକାର ୭୫ଟି ଆଇନର ଉଚ୍ଛେଦ କରିଛନ୍ତି । କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନ ବିଚାରପତି ଏନ ଭି ରମଣା କହିଛନ୍ତି, ଆମ ସମ୍ବିଧାନର ତିନିଟି ସ୍ତମ୍ବକୁ ସ୍ୱତନ୍ତ୍ର ଅଧିକାର ଦିଆଯାଇଛି । ଆମେ ଆମର କାର୍ଯ୍ୟ କରିବା ସମୟରେ ଆମର ଲକ୍ଷ୍ମଣ ରେଖାରୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବା ଆବଶ୍ୟକ । ଏଥିସହ ଜନସ୍ୱାର୍ଥ ମାମଲା ତଥା ପିଆଇଏଲ ଅପବ୍ୟବହାର ନେଇ ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନ ବିଚାରପତି । ରାଜନୈତିକ ଏବଂ ବ୍ୟକ୍ତିଗତ ସ୍ୱାର୍ଥକୁ ଗରୁତ୍ୱ ଦେଈ ପିଆଇଲ କରାଯାଉଥିବା କହିଛନ୍ତି ପ୍ରଧାନ ବିଚାରପତି ।
 
Related News
satta king tw