Top Stories

Search here...

News

ପଂଜାବରେ ବଡ ଧରଣର ହିଂସା; ଶିବସେନା କର୍ମୀ ଓ ଖଲିସ୍ତାନୀ ସମର୍ଥକ ମୁହାଁମୁହିଁ

Posted On - 5 minutes ago
Edited By Team BbsrReporters
LAST UPDATED Apr 30, 2022 01:44 PM
 
 
ଘଟଣାକୁ ନେଇ ଶିବସେନା କହିିଛି କି କୌଣସି ପରିସ୍ଥିତିରେ ପଂଜାବରେ ଖଲିସ୍ଥାନ ହେବାକୁ ଦେବ ନାହିଁ । ଘଟଣାସ୍ଥଳରେ ପୁଲିସ ପ୍ଲାଟୁନ ମୃତୟନ କରାଯିବା ସହ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ।
 
BBSR Reporters
 
ଶୁକ୍ରବାର ଦିନ ପଂଜାବରେ ବଡ ଧରଣର ହିଂସା ଘଟଣା ଘଟିଛି । ପଟିଆଲାରେ ଶିବସେନା କର୍ମୀ ଓ ଖଲିସ୍ତାନୀ ସମର୍ଥକ ମୁହାଁମୁହିଁ ହୋଇଛନ୍ତି । ପରସ୍ପରକୁ ଆକ୍ରମଣ କରିବା ସହ ଖଣ୍ଡା ଧରି ଆତଙ୍କ ଖେଳାଇଛନ୍ତି । ଘଟଣାକୁ ନେଇ ସହରରେ ଉତେଜନାପୂର୍ଣ୍ଣ ପରିସ୍ଥିତି ଦେଖିବାକୁ ମିଳିିଛି । ଆଜି ମଧ୍ୟାହ୍ନରେ ଶିବସେନା କର୍ମୀ ଖଲିସ୍ତାନୀ ବିରୋଧୀ ଶୋଭାଯାତ୍ରା କରିଥିଲେ । ଏହାକୁ ବିରୋଧ କରିବାକୁ ଯାଇ ବଡ ଧରଣର ସଂର୍ଘଷ ହୋଇଛି । ଘଟଣାକୁ ନେଇ ଶିବସେନା କହିିଛି କି କୌଣସି ପରିସ୍ଥିତିରେ ପଂଜାବରେ ଖଲିସ୍ଥାନ ହେବାକୁ ଦେବ ନାହିଁ । ଘଟଣାସ୍ଥଳରେ ପୁଲିସ ପ୍ଲାଟୁନ ମୃତୟନ କରାଯିବା ସହ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି । ଖବର ଅନୁସାରେ ଏପ୍ରିଲ ୨୯ ତାରିଖକୁ ଖଲିସ୍ଥାନ ଆତଙ୍କବାଦୀମାନେ ଖଲିସ୍ଥାନ ସ୍ଥାପନା ଦିବସ ଭାବେ ପାଳନ କରୁଛନ୍ତି । ଏହା ପାଇଁ ଖଲିସ୍ତାନୀ ନେତା ଗୁରୁପଟୱନ୍ତ ସିଂ ପନ୍ନୁ ପଂଜାବ, ହରିଆଣା, ଓ ହିମାଚଳ ପ୍ରଦେଶରେ ଖଲିସ୍ତାନ ପତାକା ଲଗାଇବାକୁ କହିଥିଲେ । ଏହା ବିରୋଧରେ ଶିବସେନା ପକ୍ଷରୁ ଶୋଭାଯାତ୍ରା କରାଯିବା ସମୟରେ ସଂର୍ଘଷ ହୋଇଛି ।
 
 
Related News
satta king tw