Top Stories

Search here...

News

ଭିଜିଲାସନ୍ସର ନିର୍ଦେଶକ  ଦେବାଶିଷ ପାଣିଗ୍ରାହୀଙ୍କ ପ୍ରତି ଅସମ୍ମାନ ଉଚିତ ହୋଇନାହିଁ: କଂଗ୍ରେସ

Posted On - 8 hours ago
Edited By Team BbsrReporters
LAST UPDATED Jun 22, 2021 01:02 AM

ତାଙ୍କ ପରି ଜଣେ ବିଶିଷ୍ଠ ପୋଲିସ ଅଫିସର ଓ ସାହିତ୍ୟକାରଙ୍କ ମୃତ୍ୟୁ ପରେ ତାଙ୍କୁ ଗାର୍ଡ ଅଫ  ଅନର ବା ପୋଲିସ ସଲାମୀ ଦିଆ ନଯିବା ଓଡ଼ିଶାର ବହୁ ବୁଦ୍ଧିଜୀବୀ ଙ୍କୁ ବ୍ୟଥିତ କରିଛି  ବୋଲି କଂଗ୍ରେସ କହିଛି l

 

BBSR Reporters


ଭୁବନେଶ୍ୱର: ଓଡିଶାର  ସହ ପୋଲିସ ମହାନିର୍ଦେଶକ ଓ ରାଜ୍ୟ ଭିଜିଲାସନ୍ସର ନିର୍ଦେଶକ ତଥା ଜଣେ ବିଶିଷ୍ଟ ସାହିତ୍ୟକାର ଡ଼ଃ ଦେବାଶିଷ ପାଣିଗ୍ରାହୀ ଦେହାନ୍ତ ପରେ ରାଜ୍ୟ ସରକାର ତାଙ୍କୁ ଯେଉଁ ଭଳି ସମ୍ମାନ ଦେବାକଥା ତାହା ସେଥିରେ ଅବହେଳା କରିବା  ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି l 

 

କର୍ତ୍ତବ୍ୟରେ ଥିଲାବେଳେ ଡ଼ଃ ପାଣିଗ୍ରାହୀ କରୋନା ଅଜ୍ରାନ୍ତ ହେଲେ ଏବଂ ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁ ବରଣ କଲେ l ସେ କେବଳ ଜଣେ ଦକ୍ଷ ଓ ସଚୋଟ ପୋଲିସ ଅଫିସର ନଥିଲେ, ଜଣେ ଅତି ଉଚ୍ଚ କୋଟିରର ସାହିତ୍ୟିକ ମଧ୍ୟ ଥିଲେ l ତାଙ୍କର ସାହିତ୍ୟ ରଚନା ପାଇଁ ସେ ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଛନ୍ତି l ତାଙ୍କ ପରି ଜଣେ ବିଶିଷ୍ଠ ପୋଲିସ ଅଫିସର ଓ ସାହିତ୍ୟକାରଙ୍କ ମୃତ୍ୟୁ ପରେ ତାଙ୍କୁ ଗାର୍ଡ ଅଫ  ଅନର ବା ପୋଲିସ ସଲାମୀ ଦିଆ ନଯିବା ଓଡ଼ିଶାର ବହୁ ବୁଦ୍ଧିଜୀବୀ ଙ୍କୁ ବ୍ୟଥିତ କରିଛି l


 ଏପରିକି ତାଙ୍କୁ ଶେଷ ଦର୍ଶନ ଓ ସମ୍ମାନ ଜଣାଇବା ପାଇଁ ପୋଲିସ ମହାନିର୍ଦେଶକ, ଗୃହ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ସରକାରୀ ପଦାଧିକାରୀ ଉପସ୍ଥିତ ନହେବା ଡ଼ଃ ଦେବାଶିଷଙ୍କ ପ୍ରତି ଅସମ୍ମାନ ବୋଲି କଂଗ୍ରେସ ପକ୍ଷରୁ ଏକ ପ୍ରେସ ବାର୍ତ୍ତା ରେ ଦଳର ରାଜ୍ୟ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ ଅଭିଯୋଗ ଆଣିଛନ୍ତି l


 ଶ୍ରୀ ଦାସ ଆହୁରି  କହିଛନ୍ତି, ଡ଼ଃ ପାଣିଗ୍ରାହୀ ଭିଜିଲାନ୍ସ ବିଭାଗରେ ଥିବା ଯୋଗୁଁ ପୋଲିସ ସାଲାମୀ ପାଇବାର ଯୋଗ୍ୟ ନୁହନ୍ତି ବୋଲି ସରକାର ସଫେଇ ଦେବା ଆହୁରି ଦୁଃଖ ଦାୟକ l ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ର ପୋଲିସ ଅନୁସନ୍ଧାନ ଓ ବିକାଶ ବ୍ୟୁରୋ ର ଡ୍ରିଲ  ମାନୁଆଲରେ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କୁ ଅନ୍ତିମ ସଂସ୍କାର ସମୟରେ କାହାକୁ ଏବଂ କେମିତି ଗାର୍ଡ ଅଫ ଅନର ବା ପୋଲିସ ସାଲାମୀ ଦିଆଯିବ, ସେ ବିଷୟରେ ସ୍ପଷ୍ଟ ଉଲ୍ଲେଖ ରହିଛି l ସେହି ମାନୁଆଲ ବା ନିର୍ଦେଶାବଳି ଆଧାରରେ ଡ଼ଃ ଦେବାଶିଷ ପାଣିଗ୍ରାହୀଙ୍କୁ ଯଥୋଚିତ ସମ୍ମାନ ଦିଆଯାଇ ପାରିଥାନ୍ତା l ମାତ୍ର ତାହା ନକରି ଡ଼ଃ ପାଣିଗ୍ରାହୀ ଭିଜିଲାନ୍ସ ବିଭାଗରେ ଥିବା ଯୋଗୁଁ ତାଙ୍କ ପାଇଁ ଗାର୍ଡ ଅଫ ଅନର ବା ପୋଲିସ ସାଲାମୀ ପ୍ରଯୁଜ୍ୟ ନୁହଁ ବୋଲି ସରକାରଙ୍କ ଯୁକ୍ତି ଅବାସ୍ତବ ଓ ଅସତ୍ୟ ବୋଲି ଶ୍ରୀ ଦାସ କହିଛନ୍ତି l


ସରକାର ବା ପୋଲିସ ମହାନିର୍ଦେଶକ ଚାହିଁ ଥିଲେ ଡ଼ଃ ପାଇଗ୍ରାହୀ ଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଇ ପାରିଥାନ୍ତା l ତାହା ନକରିବା ଦ୍ୱାରା ଡ଼ଃ ପାଣିଗ୍ରାହୀଙ୍କ ଅଗଣିତ ଶୁଭେଛୁ ମାନଙ୍କୁ କେବଳ ନିରାଶ କରାଯାଇନାହିଁ ପୋଲିସ ବିଭାଗରେ ଏକ ଖରାପ ଓ ନକାରାତ୍ମକ ପରମ୍ପରା ସୃଷ୍ଟି ହୋଇଛି ବୋଲି ଶ୍ରୀ ଦାସ କହିଛନ୍ତି l

Related News
satta king tw