Top Stories

Search here...

News

ପୁରୀ ଜିଲ୍ଲା ବ୍ରହ୍ମଗିରିରୁ ବିଜେପି ଚେହେରା !

Posted On - 3 minutes ago
Edited By Team BbsrReporters
LAST UPDATED May 01, 2022 06:13 PM
 
ପୁରୀ ଜିଲ୍ଲା ବ୍ରହ୍ମଗିରିରୁ ବିଜେପି ଚେହେରା ହେବେ କି ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର ।
 
BBSR_Reporters
 
ତାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବ୍ରହ୍ମଗିରିରୁ ଉପାସନା ନିର୍ବାଚନ ଲଢିବା ନେଇ ଜୋରଦାର ଉଦ୍ୟମ ଆରମ୍ଭ ହୋଇଥିବା କୁହାଯାଉଛି । ଏ ନେଇ ଦୁଇ ଦିନ ତଳେ ବିଜେପିର ବରିଷ୍ଠ ନେତା, ଉପାସନା ଓ ସ୍ଥାନୀୟ ନେତାଙ୍କ ରୁଦ୍ଧଦ୍ୱାର ବୈଠକ ହୋଇଛି । ଏଥିରେ ଲୁଲୁଙ୍କ ଭାଇ ତଥା ବିଧାୟକ ଲଳିତେନ୍ଦୁ ମହାପାତ୍ର ବି ଉପସ୍ଥିତ ଥିଲେ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଉପାସନା ମହାପାତ୍ର । ଦଳର ସାଙ୍ଗଠାନିକ ମଙ୍ଗ ଧରିବାକୁ ସେ ପ୍ରସ୍ତୁତି କରୁଥିବା କହିଛନ୍ତି । ଲୁଲୁ ମହାପାତ୍ର କଂଗ୍ରେସ ବରିଷ୍ଠ ନେତା ଥିଲେ । ତାଙ୍କ ପରଲୋକ ପରେ ତାଙ୍କ ପରିବାର ବିଜେପିରେ ସାମିଲ ହୋଇଥିଲେ । ୨୦୧୯ରେ ବିଜେଡିର ହାୱା ସତ୍ୱେ ଲୁଲୁଙ୍କ ଭାଇ ତଥା ଉପାସନାଙ୍କ ଦାଦା ଲଳିତେନ୍ଦୁ ମହାପାତ୍ର ବିଜେପିରୁ ଲଢି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଉପାସନା ମହାପାତ୍ର ବି ଲଳିତେନ୍ଦୁ ମହାପାତ୍ରଙ୍କ ପାଇଁ ଜୋରଦାର ପ୍ରଚାର କରିଥିଲେ । ଏବେ ୨୦୨୪ରେ ଉପାସନାଙ୍କୁ ବ୍ରହ୍ମଗିରିରୁ ଲଢିବା ପାଇଁ ପ୍ରସ୍ତତି ଚାଲିଛି । ଉପାସନା ବି ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିନାହାନ୍ତି । କନକ ନ୍ୟୁଜ୍‌କୁ ଫୋନ ଯୋଗେ ପ୍ରତିକ୍ରିୟା ଦେଇ ବାପା ଓ ଦାଦାଙ୍କ ନିର୍ବାଚନୀ କ୍ଷେତ୍ରରେ ସେ ସଙ୍ଗଠନର ମଙ୍ଗ ଧରିବେ ବୋଲି କହିଛନ୍ତି ।
 
ଡାକ ଘରେ ଜମାକାରୀଙ୍କ ଟଙ୍କା ହଡପ ଡାକ ଘରେ ଜମାକାରୀଙ୍କ ଟଙ୍କା ହଡପ । ଡାକ ବିଭାଗର ନକଲି ଷ୍ଟାମ୍ପ, ପାସବୁକ୍‌, ରସିଦଙ୍କୁ ବ୍ୟବହାର କରି ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ଡାକ ବିଭାଗର ଜଣେ କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ କର୍ମଚାରୀ ବୃନ୍ଦାବନ ଦଳେଇଙ୍କ ଠାରୁ ପୋଲିସ ଦେଢ ଶହରୁ ଅଧିକ ପାସବୁକ ଜବତ କରିଛି । ଅଧିକ ପଚରା ଉଚରା ପାଇଁ ତାଙ୍କୁ ପୁଣି ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି ପୋଲିସ । କୋରାପୁଟ ଜିଲ୍ଲା ନାରାୟଣପାଟଣା ଡାକ ଘରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସୂଚନା ମୁତବାକ, ଅଭିଯୁକ୍ତ ବୃନ୍ଦାବନ ୫୦ ଜଣ ଜମାକାରୀଙ୍କ ଠାରୁ ଏଭଳି ଟଙ୍କା ହଡପ କରିଛି । ସେମାନଙ୍କ ମଧ୍ୟରୁ ୭ ଜଣ ଜମାକାରୀଙ୍କ ଆକାଉଂଟରୁ ୮ ଲକ୍ଷ ୭୩ ହଜାର ଟଙ୍କା ଲୁଟ ହୋଇଛି । ତଦନ୍ତ ପରେ ଏହି ତାଲିକା ଆହୁରୀ ବଢିବ ପୋଲିିସ ଅନୁମାନ କରୁଛି । ସବୁଠୁ ବଡ କଥା ହେଉଛି ଜମାକାରୀମାନେ ଟଙ୍କା ଉଠାଇବାକୁ ଡାକଘରକୁ ଆସିବା ବେଳେ ଅଭିଯୁକ୍ତ ଜଣଙ୍କ ତୁରନ୍ତ ଯାଇ ନାରାୟଣପାଟଣା-ଲକ୍ଷ୍ମୀପୁର ରାସ୍ତାରେ ପାଶ୍ୱରେ ଥିବା ବିଏସଏନଏଲ କେବୁଲକୁ କାଟି ପକାଉଥିଲା । ପରେ ଲିଙ୍କ୍ ଫେଲ ଥିବା କହି ଜମାକାରୀଙ୍କୁ ଫେରାଇ ଦେଉଥିଲା । ତେବେ ସ୍ଥାନୀୟ ପାଲାପୁଟ ଗାଁର କାନ୍ତା ନାମକ ଜଣେ ମହିଳା ଟଙ୍କା ଉଠାଇବାକୁ ଆସିଥିବା ବେଳେ ତାଙ୍କ ଆକାଂଉଟରେ ଟଙ୍କା ନ ଥିବା ଜାଣିବାକୁ ପାଇଥିଲେ । ଏକଥା ପ୍ରଚାର ହେବା ପରେ ଅନ୍ୟ ଲୋକମାନେ ମଧ୍ୟ ସେମାନଙ୍କ ଆକାଉଂଟ ଯାଂଚ କରିବାରୁ ସେମାନେ ବି ଠକେଇ ଶିକାର ହୋଇଥିବା ଜାଣିବାକୁ ପାଇଥିଲେ ।
Related News
satta king tw