Top Stories
Search here...
News
ବିଡିଓଙ୍କୁ ମାଡ଼ ମାରି ବିଜେପି ବିଧାୟକ ଗିରଫ
Posted On - 2 minutes ago
Edited By Team BbsrReporters
LAST UPDATED
May 01, 2022 08:32 PM
ବିଡିଓଙ୍କୁ ମାଡ଼ ମାରି ଗିରଫ ହେଲେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ।
BBSR Reporters
ଭୁବନେଶ୍ୱର ଯାଉଥିବା ବେଳେ ଗିରଫ କରିଛି ଦେବଗଡ଼ ପୁୁଲିସର ସ୍ୱତନ୍ତ୍ର ଟିମ୍ । ବିଧାୟକଙ୍କ ସମେତ ଅନ୍ୟ ୩ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ଦେବଗଡ ତିଲେଇବଣି ବିଡିଓ ପୁଷ୍ପଚନ୍ଦ୍ର ଦଳପତିଙ୍କୁ ବିଧାୟକ ସୁବାଷ ପାଣିଗ୍ରାହୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ତିଲେଇବଣି ବ୍ଲକ ଭାଲିଆଗୁଡି ଗାଁରେ ବିଡିଓ ପୁଷ୍ପଚନ୍ଦ୍ର ଦଳପତିଙ୍କୁ ବିଧାୟକ ସୁବାଷ ପାଣିଗ୍ରାହୀ ଓ ତାଙ୍କର ୧୦ରୁ ଅଧିକ ସହଯୋଗୀ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ନେଇ ଥାନାରେ ଏତଲା ଦେଇଥିଲେ ବିଡିଓ ପୁଷ୍ପଚନ୍ଦ୍ର ଦଳପତି । ଏନେଇ ବିଡିଓ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ସୂଚନା ଅନୁସାରେ ତିଲେଇବଣି ବିଡିଓ, ରାଜସ୍ୱ ବିଭାଗ କର୍ମଚାରୀଙ୍କ ସହ ହାଇକୋର୍ଟଙ୍କ ନିଦେ୍ର୍ଧଶରେ ଏକ ଯୁଗ୍ମ ତଦନ୍ତ ପାଇଁ ଯାଇଥିଲେ । ଏହି ସମୟରେ ବିଧାୟକ ତାଙ୍କ ସହଯୋଗୀଙ୍କ ସହ ସେଠାରେ ପହଂଚି ବିଡିଓଙ୍କୁ ଅତର୍କିତ ଆକ୍ରମଣ କରିଥିବା ବିଡିଓ ଅଭିଯୋଗ କରିଛନ୍ତି । ଏପରିକି ତାଙ୍କୁ ବଳପୂର୍ବକ ଗାଡିରେ ଉଠାଇ ନେବାକୁ ପ୍ରୟାସ କରିଥିଲେ । ରାଜସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ନେଉଥିବା ବେଳେ ପୁଣି ଆକ୍ରମଣ ଆଶଙ୍କା କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ବିଡିଓ । ଜିଲ୍ଲାପାଳଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇବା ପରେ ଏନେଇ ଥାନାରେ ଏତଲା ଦେଇଥିଲେ ।