Top Stories

Search here...

News

ପଶ୍ଚିମ ଓଡ଼ିଶାକୁ ଗୁରୁତ୍ୱ; କଂଗ୍ରେସର ମଙ୍ଗ ଧରିଲେ ପୂର୍ବତନ ସାଂସଦ ଶରତ ପଟ୍ଟନାୟକ

Posted On - 1 minute ago
Edited By Jyotirmayee Patanaik
LAST UPDATED May 23, 2022 07:46 PM

ବଲାଙ୍ଗିରର ଦୁଇଥର ସାଂସଦ ଶରତ ପଟ୍ଟନାୟକ ଗତ ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ  ।

 

BBSR Reporters


ଭୁବନେଶ୍ୱର: ୨୦୨୪ ନର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ନୂଆ ସଭାପତି ଚନ କରିଛି । ବଲାଙ୍ଗିରର ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ଶରତ ପଟ୍ଟନାୟକଙ୍କୁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭାବେ ନିଯୁକ୍ତି ମିଳିଛି  । କୁହାଯାଉଛି ପଶ୍ଚିମ ଓଡ଼ିଶା ଉପରେ କଂଗ୍ରେସ ଗୁରୁତ୍ୱ ଦେଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫାକୁ ଦଳ ଗ୍ରହଣ କରି ତକôାଳ ପ୍ରଭାବରୁ ଶରତ ପଟ୍ଟନାୟକଙ୍କୁ ପିସିସି ମଙ୍ଗୁଆଳ ଦାୟିତ୍ୱ ତୁଲାଇବାକୁ କହିଛି  । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କର ଏହି ନିଷ୍ପତ୍ତି ସମ୍ପର୍କରେ ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁଗୋପାଳ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

 

ଦୁଇମାସ ଧରି ପିସିସି ସଭାପତି ପଦକୁ ନେଇ ଛକାପଞ୍ଝା ଲାଗି ରହିଥିଲା  । ଶରତ ପଟ୍ଟନାୟକ ନିଜେ ପିସିସି ସଭାପତି ଦୌଡ଼ରେ ନଥିବା କଥା ଗଣମାଧ୍ୟମକୁ ବୟାନ ଦେଇଥିଲେ ମଧ୍ୟ ତାଙ୍କୁ ଦଳ ପିସିସି ସଭାପତି କରିପାରେ ବୋଲି ଜୋରଦାର ଚର୍ଚ୍ଚା ହେଉଥିଲା  । ସୂଚନାଯୋଗ୍ୟ, ବଲାଙ୍ଗିରର ଦୁଇଥର ସାଂସଦ ଶରତ ପଟ୍ଟନାୟକ ଗତ ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ  । ସେ ୧୯୯୧ ଓ ୧୯୯୬ରେ ବଲାଙ୍ଗିରର ସାଂସଦ ଭାବେ କାର୍ଯ୍ୟ କରିଥିଲେ  । ୨୦୦୦ରୁ ୨୦୦୪ ମସିହା ପର୍ଯ୍ୟନ୍ତ ସେ ପିସିସି ସଭାପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ  । ସେ ଏଆଇସିସି ସମ୍ପାଦକ ଦାୟିତ୍ୱରେ ମଧ୍ୟ ଥିଲେ  ।

 

ଏପରିକି କଂଗ୍ରେସର ଗୋଟିଏ ପ୍ରଭାବଶାଳୀ ଗୋଷ୍ଠୀ ମଧ୍ୟ ତାଙ୍କର ପିସିସି ସଭାପତିିତ୍ୱକୁ ତୀବ୍ର ବିରୋଧ କରୁଥିଲେ  । ଜଣେ ବିଧାୟକଙ୍କୁ ପିସିସି ସଭାପତି ଦାୟିତ୍ୱ ଦେବାକୁ ଚାପ ପଡ଼ିଥିଲା । ମାତ୍ର ଓଡ଼ିଶା ପିସିସି ପ୍ରଭାରୀ ଏ. ଚେଲାକୁମାରଙ୍କ ସୁପାରିଶ ଓ ଦଳର ଅନ୍ୟ ପ୍ରମୁଖ ନେତାମାନଙ୍କ ସହ ବିଚାରବିମର୍ଶ କରି ଶ୍ରୀ ପଟ୍ଟନାୟକଙ୍କୁ ପିସିସି ସଭାପତି ଭାବେ ନିଯୁକ୍ତି ଦିଆଯାଇଛି ।


ଶରତ ପଟ୍ଟନାୟକ ପିସିସି ସଭାପତି ନିଯୁକ୍ତ ହେବା ପରେ ସମସ୍ତଙ୍କୁ ନେଇ କାମ କରିବେ ବୋଲି କହିଛନ୍ତି । ସେ କହିଛନ୍ତି, ସମସ୍ତଙ୍କୁ ସାଙ୍ଗରେ ନେଇ ଆଗାମୀ ଦିନରେ ନିର୍ବାଚନ ଲଢ଼ିବୁ । ସଂଗଠନକୁ ସୁଦୃଢ଼ କରିବା ପାଇଁ ମିଳିତ ଭାବେ କାମ କରିବାକୁ ହେବ । ବ୍ରଜରାଜନଗର ଉପନିର୍ବାଚନ ପରେ ୨୦୨୪ ପାଇଁ ପ୍ରସ୍ତୁତି ହେବ । ନୂଆ ନିଯୁକ୍ତି ପାଇଁ ସୋନିଆ ଓ ରାହୁଲ ଗାନ୍ଧିଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି । ଅନ୍ୟପକ୍ଷରେ ନୂଆ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ବିଦାୟୀ ସଭାପତି ନିରଞ୍ଜନ ପଟ୍ଟନାୟ ଶୁଭେଚ୍ଛା ଜଣାଇଛନ୍ତି । ଶରତଙ୍କ ନେତୃତ୍ୱରେ କଂଗ୍ରେସ ସଫଳତା ପାଇବା ନେଇ ସେ ଆଶାବାଦୀ ରହିଛନ୍ତି । 
 

Related News
satta king tw