Top Stories

Search here...

News

ଜୁନ୍ ୧୩ରେ ରାଜ୍ୟସଭା ଉପନିର୍ବାଚନ, ୪ ଆସନରୁ କାହାକୁ ପଠାଇବ ବିଜେଡି ?

Posted On - 23 minutes ago
Edited By Prabir Kumar
LAST UPDATED May 13, 2022 07:38 PM

ଲଘୁ ସମ୍ପଦାୟରୁ ମୁନ୍ନା ଖାଁକୁ ରାଜ୍ୟସଭା ପଠାଈବା ନେଇ ମଧ୍ୟ ଆଲୋଚନା ହେଉଛି । ଏହାଛଡା କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଥିବା ପ୍ରଦୀପ ମାଝିକୁ ପ୍ରାର୍ଥୀ କରିପାରେ ବିଜେଡି । ସେହିପରି ଜଣେ ମହିଳା ପ୍ରାର୍ଥୀ କରିପାରେ ବିଜେଡି ।

 

BBSR Reporters 


ଭୁବନେଶ୍ୱର : ସୁବାସ ସିଂହ ଇସ୍ତଫା ଦେବା ପରେ ଖାଲି ପଡ଼ିଥିବା ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ଜୁନ୍ ୧୩ରେ କରିବାକୁ ଆଜି ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଜାତୀୟ ନିର୍ବାଚନ କମିଶନ । ନ୍ ୧୩ ତାରିଖ ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ । ସେହିଦିନ ଅପରାହ୍ଣ ୫ଟାରେ ଭୋଟ୍ ଗଣତି କରାଯିବ । ଏଥିରେ ଯିଏ ନିର୍ବାଚିତ ହେବେ ସେ ୨୦୨୬ ଏପ୍ରିଲ ମାସ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ରହିବେ ।


 ଏଥ୍ôପାଇଁ ମେ’ ୨୬ରୁ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ । ଜୁନ୍ ୩ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ଜୁନ୍ ୬ ତାରିଖ ସୁଦ୍ଧା ପ୍ରାର୍ଥôପତ୍ର ପ୍ରତ୍ୟାହାର କରି ହେବ । ସୁବାସ ସିଂହ କଟକ ମେୟର ନିର୍ବାଚିତ ହେବା ପରେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ସେ ୨୦୨୦ ମାର୍ଚ୍ଚରେ ସେ ରାଜ୍ୟସଭାକୁ ଯାଇଥିଲେ । ସେ ୨ ବର୍ଷ ରାଜ୍ୟସଭା ସଦସ୍ୟ ଭାବେ କାର୍ଯ୍ୟ କରିଥିବା ବେଳେ କଟକର ମେୟର ଭାବେ ନିର୍ବାଚିତ ହୋଇଥିଲେ । ପରେ ଏପ୍ରିଲ ୨୨ ତାରିଖରେ ସେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ।

 

ସୁବାସ ସିଂହ ବିଜେଡିର ହୋଇଥିବା ବେଳେ ଦଳ ତାଙ୍କ ସ୍ଥାନରେ କାହାକୁ ପ୍ରାର୍ଥୀ କରିବ, ସେ ଚିତ୍ର ସ୍ପଷ୍ଟ ହୋଇନାହିଁ । ଏହା ି ମୋଟ ୪ ଟି ରାଜ୍ୟସଭା ଆସନରେ ବିଜେଡି ପ୍ରାର୍ଥୀ ପଠାଇବ । କାର୍ଯ୍ୟକାଳ ସରୁଥିବା ସାଂସଦ ସସ୍ମିତ ପାତ୍ରଙ୍କୁ ପୁଣି ଥରେ ବିଜେଡି ରାଜ୍ୟସଭା ପଠାଇବାର ଆଶଙ୍କା ରହିଛି । ଏହାଛଡା କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଥିବା ପ୍ରଦୀପ ମାଝିକୁ ପ୍ରାର୍ଥୀ କରିପାରେ ବିଜେଡି । ସେହିପରି ଜଣେ ମହିଳା ପ୍ରାର୍ଥୀ କରିପାରେ ବିଜେଡି । କାରଣ ବିଜେଡି  ମହିଳା କାର୍ଡ ଖେଳି ଭୋଟ୍ ହାତଉଥିବାରୁୁ ଜଣେ ମହିଳାଙ୍କୁ ରାଜ୍ୟସଭା ପଠାଇବାକୁ ବିଜେଡି ଯୋଜନା କରୁଥିବା ଶୁଣିବାକୁ ମିଳିଛି । ଏଥିସହ ଏବେ ଗଣମାଧ୍ୟମ ବ୍ୟାପାର ଦାୟୀତ୍ୱରେ ଥିବା ମାନଓ ମଙ୍ଗରାଜକୁ ବିଜେଡି ରାଜ୍ୟସଭା ପଠାଇବ ବୋଲି ଚର୍ଚ୍ଚା ହେଉଛି । ସେହିପରି ପ୍ରର୍ବରୁ ରାଜ୍ୟସଭା ଯିବା ପାଇଁ ପ୍ରତିଶ୍ରୁତି ପାଇଥିବା ଭୁବନେଶ୍ୱରର ପୂବତନ ସାଂସଦ ପ୍ରସନ୍ନ ପାଟସାଣୀଙ୍କୁ ପ୍ରାର୍ଥୀ କରିପାରେ ବିଜେଡି । ତେବେ ଲଘୁ ସମ୍ପଦାୟରୁ ମୁନ୍ନା ଖାଁକୁ ରାଜ୍ୟସଭା ପଠାଈବା ନେଇ ମଧ୍ୟ ଆଲୋଚନା ହେଉଛି । 

 

ଏହି ଉପନିର୍ବାଚନ ପୂର୍ବରୁ ଜୁନ୍ ୧୦ରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ । ସାରା ଦେଶରେ ମୋଟ ୫୭ଟି ଆସନ ନିର୍ବାଚନ ହେବାକୁ ଥିବା ବେଳେ ସେଥିରୁ ଓଡ଼ିଶାର ୩ଟି ରହିଛି । ବିଜେଡିର ଏନ୍ ଭାସ୍କର ରାଓ, ସସ୍ମିତ ପାତ୍ର ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଜୁଲାଇ ୧ରେ ଶେଷ ହେବ । 
 

Related News
satta king tw