Top Stories

Search here...

News

ବ୍ରଜରାଜନଗର ଉପନିର୍ବାଚନ; ବିଜେପି ପରେ ପ୍ରାର୍ଥୀ ଚୁଡାନ୍ତ କଲେ ବିଜେଡି ଓ କଂଗ୍ରେସ

Posted On - 6 days ago
Edited By Prabir Kumar
LAST UPDATED May 16, 2022 05:48 AM

କଂଗ୍ରେସ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି କିଶୋର ପଟେଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ପୂର୍ବତନ ବିଧାୟକ ରାଧାରାଣୀ ପଣ୍ଡା ଓ ବିଜେଡି ସ୍ୱର୍ଗତ କିଶୋର କୁମାର ମହାନ୍ତିଙ୍କ ପନôୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି ।

 

BBSR Reporters


ଭୁବନେଶ୍ୱର: ବିଜେପି ପରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ଓ କଂଗ୍ରେସ । କଂଗ୍ରେସ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି କିଶୋର ପଟେଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ସ୍ୱର୍ଗତ କିଶୋର କୁମାର ମହାନ୍ତିଙ୍କ ପନôୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । ବିଜେପି ପୂର୍ବତନ ବିଧାୟକ ରାଧାରାଣୀ ପଣ୍ଡା  ପ୍ରାର୍ଥୀ କରିଛି । 

 

ବ୍ରଜରାଜନଗର ଉପନିର୍ବାଚନରେ ଅଳକା, ରାଧାରାଣୀ ଓ କିଶୋରଙ୍କ ମଧ୍ୟରେ ହେବ ଲଢେ଼ଇ ।  ଦଳୀୟ କନ୍ଦଳ ଯୋଗୁ ଝାରସୁଗୁଡା ବିଜେପି ଜିଲ୍ଲା ସଭାପତି ମଙ୍ଗଲ ସାହୁ ଇସ୍ତଫା ଦେଇଥିବା ବିଜେଡି ଜିତିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । 


ଟିକେଟ୍ ପାଇବା ପରେ କିଶୋର ପଟେଲ କହିଛନ୍ତି, ଆମେ ବିଜେପି ଓ ବିଜେଡିକୁ ନିଶ୍ଚିତ ଭାବେ ଟକ୍କର ଦେବୁ । ସେମାନେ ଯେଉଁ ସବୁ ଜନସ୍ୱାର୍ଥ ବିରୋଧୀ କାମ କରୁଛନ୍ତି, ଲୋକେ ସେ ବିଷୟରେ ଅବଗତ ହେଲେଣି । ଲୋକେ ଏନେଇ ସେମାନଙ୍କ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ଜୀବନ ଦୁର୍ବିସହ ହେଲାଣି । ଏହି ଦୁଇ ଦଳର ସମସ୍ତ ପ୍ରକାର ଜନସ୍ୱାର୍ଥ ବିରୋଧୀ କାର୍ଯ୍ୟ ବିରୋଧରେ ଆମେ ସ୍ୱର ଉତ୍ତୋଳନ କରିବୁ ।

 

ଜନମତ ତାଙ୍କ ସପକ୍ଷରେ ରହିବ ବୋଲି ଆଶା କରିଛନ୍ତି କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ । କିଶୋର ପଟେଲ ପୂର୍ବରୁ ୧୯୭୭, ୧୯୮୦ ଓ ୧୯୯୫ ମସିହାରେ କଂଗ୍ରେସ ଟିକେଟ୍ରେ ସୁନ୍ଦରଗଡ଼ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ୨୦୧୪ ସାଧାରଣ ନିର୍ବାଚନରେ ବ୍ରଜରାଜନଗର ବିଧାନସଭା ଆସନରୁ କଂଗ୍ରେସ ଟିକେଟ୍ରେ ଲଢ଼ିଥିଲେ । ତେବେ ସେ ୩୮ ହଜାର ଭୋଟ୍ ପାଇ ତିନି ନମ୍ବରରେ ରହିଥିଲେ । 

 

ଅନ୍ୟପକ୍ଷରେ ୨୦୧୪ରେ ବିଜେପିର ରାଧାରାଣୀ ପଣ୍ଡା ୫୦ ହଜାରରୁ ଅଧିକ ଭୋଟ୍ ପାଇ ଏହି ଆସନରୁ ବିଜୟୀ ହୋଇଥିଲେ ।କିଶୋର ପଟେଲ ବ୍ରଜରାଜନଗରରୁ କେବେ ବିଧାୟକ ହୋଇ ନଥିବା ବେଳେ ରାଧାରାଣୀ ପଣ୍ଡା ଥରେ ଏଠାରୁ ବିଜୟୀ ହୋଇଛନ୍ତି । ୨୦୧୯ ନିର୍ବାଚନରେ ରାଧାରାଣୀ ପଣ୍ଡା ବିଜେଡି ନେତା ସ୍ୱର୍ଗତ କିଶୋର କୁମାର ମହାନ୍ତିଙ୍କ ଠାରୁ ହାରି ଯାଇଥିଲେ । 

 

ବିଜେଡି ଟିକେଟ୍ ପାଇବା ପରେ ଅଳକା ମହାନ୍ତି ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ୍ ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି  । ଏହା ସହିତ ବ୍ରଜରାଜନଗରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓ ସେମାନଙ୍କ ଆଶୀର୍ବାଦ କାମନା କରିଛନ୍ତି ।

 

ଅଳକା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଜନ୍ମରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଯୋଜନା କରିଛନ୍ତି । ଏହି ସବୁ ଯୋଜନାର ସୁଫଳକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବେ ଓ ଭୋଟ୍ ଭିକ୍ଷା କରିବେ ।
ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ୩୦ ତାରିଖରେ ହୃଦଘାତରେ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ବ୍ରଜରାଜନଗର ବିଧାନସଭା ଆସନଟି ଖାଲି ପଡ଼ିଥିଲା । ମେ’ ୩୧ରେ ଏଠାରେ ଭୋଟ୍ ହେବାକୁ ଯାଉଥିବା ବେଳେ ଜୁନ୍ ୩ ତାରିଖରେ ଗଣତି ହେବ ।
 

Related News
satta king tw