Top Stories

Search here...

News

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ; ହାଇକୋର୍ଟରେ ଏଏସଆଇର ସତ୍ୟପାଠ; ନିର୍ମାଣ ପାଇଁ ଦିଆଯାଇନି ଅନୁମତି 

Posted On - 6 days ago
Edited By Prabir Kumar
LAST UPDATED May 15, 2022 10:40 PM

ବର୍ତ୍ତମାନ ଚାଲିଥିବା ନିର୍ମାଣ କାର୍ଯ୍ୟ ଯୋଗୁ ଶ୍ରୀମନ୍ଦିରର କ’ଣ କ୍ଷତି ହୋଇଛି, ତାହା ନିର୍ଦ୍ଧିଷ୍ଟ ଭାବେ ରିପୋର୍ଟରେ ଉଲ୍ଲେଖ କରିବାକୁ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଏହା ସହିତ କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୨୦ ତାରିଖରେ କରିବେ ବୋଲି କହିଛନ୍ତି ।

 

BBSR Reporters

 

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପାଇଁ କୌଣସି ପ୍ରକାର ଅନୁମତି ଦେଇନି ଭାରତୀୟ ପ୍ରନôତତ୍ତ୍ୱ ସର୍ବେକ୍ଷଣ ବା ଏଏସ୍ଆଇ । ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରି କହିଛି ଏଏସ୍ଆଇ ।  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପାଇଁ କୌଣସି ପ୍ରକାର ଅନୁମତି କିମ୍ବା ଏନ୍ଓସି ଦିଆଯାଇ ନଥିବା ବେଳେ ସରକାରଙ୍କ ପକ୍ଷରୁ ବାରମ୍ବାର ଡିଜାଇନ ମଧ୍ୟ ବଦଳାଯାଇଥିବା କଥା କହିଛି ଏଏସ୍ଆଇ ।

 

 ନ୍ୟାସ୍ନାଲ ମନୁମେଣ୍ଟ ଅଥରିଟି (ଘଗଇ)କୁ ଦିଆଯାଇଥିବା ଡିଜାଇନ ଓ ବର୍ତ୍ତମାନର ଡିଜାଇନ ଭିନ୍ନ ବୋଲି କୁହାଯାଇଛି । ଏହା ସହିତ ଖନନ ଦ୍ୱାରା ଐତିହ୍ୟସ୍ଥଳୀର କୀର୍ତ୍ତିରାଜି ନଷ୍ଟ ହୋଇଥାଇପାରେ ବୋଲି ଏଏସ୍ଆଇ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଶ୍ରୀମନ୍ଦିର ନିକଟରେ ୭୫ ମିଟର ଭିତରେ ଏବେ ଚାଲିଥିବା ନିର୍ମାଣ କାର୍ଯ୍ୟ ଯୋଗୁ ଶ୍ରୀମନ୍ଦିରର କ’ଣ ସବୁ କ୍ଷତି ହୋଇଛି, ସେନେଇ ସତ୍ୟପାଠରେ କିଛି ବିସ୍ତୃତ ବିବରଣୀ ପ୍ରଦାନ କରିନି ଏଏସ୍ଆଇ । ତେଣୁ ହାଇକୋର୍ଟ ପୁଣି ଥରେ ଏକ ବିସ୍ତୃତ ରିପୋର୍ଟ ତିଆରି କରି ଦାଖଲ କରିବାକୁ ଏଏସ୍ଆଇକୁ କହିଛନ୍ତି । 

 

ବର୍ତ୍ତମାନ ଚାଲିଥିବା ନିର୍ମାଣ କାର୍ଯ୍ୟ ଯୋଗୁ ଶ୍ରୀମନ୍ଦିରର କ’ଣ କ୍ଷତି ହୋଇଛି, ତାହା ନିର୍ଦ୍ଧିଷ୍ଟ ଭାବେ ରିପୋର୍ଟରେ ଉଲ୍ଲେଖ କରିବାକୁ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଏହା ସହିତ କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୨୦ ତାରିଖରେ କରିବେ ବୋଲି କହିଛନ୍ତି ।


ଶ୍ରୀମନ୍ଦିର ନିକଟରେ ଏବେ ଟଏଲେଟ୍ ଆଦି ନିର୍ମାଣ ହେଉଥିବା ବେଳେ ସେଗୁଡ଼ିକର କାମ ପାଖାପାଖି ୭୦-୭୫ ଭାଗ ଶେଷ ହୋଇଗଲାଣି । ତେଣୁ ଆବେଦନକାରୀଙ୍କ ପକ୍ଷରୁ ନିର୍ମାଣ କାର୍ଯ୍ୟ ଉପରେ ସ୍ଥଗିତାଦେଶ ଜାରି କରିବାକୁ ହାଇକୋର୍ଟଙ୍କୁ ନିବେଦନ କରାଯାଇଥିଲା । ତେବେ ହାଇକୋର୍ଟ ଏହା ଉପରେ ସ୍ଥଗିତାଦେଶ ଜାରି କରି ନାହାନ୍ତି । ସରକାରଙ୍କ ପକ୍ଷରୁ ଦୃଢ଼ ଯୁକ୍ତି ଉପସ୍ଥାପନ କରାଯାଇଥିଲା ଯେ ଯାହା ସବୁ ହେଉଛି ସୁପ୍ରିମ୍କୋର୍ଟଙ୍କ ଗାଇଡ୍ ଲାଇନ୍ ଭିତରେ ହେଉଛି ।

 

ଆଜି ଆବେନକାରୀ ଓ ସରକାରଙ୍କ ପକ୍ଷରୁ କୋର୍ଟରେ ଏହି ମାମଲାରେ ଜୋରଦାର ଯୁକ୍ତ ଉପସ୍ଥପାନ କରାଯାଇଥିଲା । ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଶ୍ରୀମନ୍ଦିର ଚାରିପାଖେ ଏବେ ଯେଉଁ ନିର୍ମାଣ କାର୍ଯ୍ୟ ଚାଲିଛି, ସେଥିପାଇଁ କୌଣସି ଅନୁମତି ଆବଶ୍ୟକ ନାହିଁ । ଅନ୍ୟପକ୍ଷରେ ଏଏସ୍ଆଇ ପକ୍ଷରୁ କୁହାଯାଇଥିଲା ଯେ ପ୍ରତ୍ୟେକ ନିର୍ମାଣ କାର୍ଯ୍ୟ ପାଇଁ ଅନୁମତିର ଆବଶ୍ୟକତା ରହିଛି ।


 

Related News
satta king tw