Top Stories

Search here...

News

କଂଗ୍ରେସ କର୍ମୀଙ୍କୁ ବିଦାୟୀ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ; ଏକାଠୀ ହୋଇ ଗାଁକୁ ଯିବା

Posted On - 1 minute ago
Edited By Jyotirmayee Patanaik
LAST UPDATED May 23, 2022 08:06 PM

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଆଜି ଦେଶର ସ୍ଥିତି ସଂକଟରେ ଅଛି । କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ ଦର ହ୍ରାସ କରି ଲୁହାପଥର ଆମଦାନି ଉପରେ ୬୦ ପ୍ରତିଶତ କର ବଢ଼ାଇ ଦେଇଛନ୍ତି । ଏଭଳି ହେବା ଦ୍ୱାରା ଦେଶର ଅର୍ଥନୀତି ଅବସ୍ଥା କ’ଣ ହେବ? ଏକଥାକୁ କଂଗ୍ରେସ କର୍ମୀ ଯଦି ଗାଁ-ଗହଳରେ ଲୋକଙ୍କ ଠାରେ ନ ପହଞ୍ଚାଇବେ ତା’ହେଲେ ଦେଶର ଅବସ୍ଥା କ’ଣ ହେବ । 

 

BBSR Reporters

 

ଭୁବନେଶ୍ୱର: ଶରତ ପଟ୍ଟନାୟକଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭାବେ ନିଯୁକ୍ତି ମିଳିବା ପରେ ବିଦାୟୀ ପିସିସି ସଭାପତି ନିରଂଜନ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରି ହୃଦୟର କଥା  କହିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଆଜି ଦେଶର ସ୍ଥିତି ସଂକଟରେ ଅଛି । କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ ଦର ହ୍ରାସ କରି ଲୁହାପଥର ଆମଦାନି ଉପରେ ୬୦ ପ୍ରତିଶତ କର ବଢ଼ାଇ ଦେଇଛନ୍ତି । ଏଭଳି ହେବା ଦ୍ୱାରା ଦେଶର ଅର୍ଥନୀତି ଅବସ୍ଥା କ’ଣ ହେବ? ଏକଥାକୁ କଂଗ୍ରେସ କର୍ମୀ ଯଦି ଗାଁ-ଗହଳରେ ଲୋକଙ୍କ ଠାରେ ନ ପହଞ୍ଚାଇବେ ତା’ହେଲେ ଦେଶର ଅବସ୍ଥା କ’ଣ ହେବ । 


ସେ କହିଛନ୍ତି ଯେ, ଗତ ୨ ବର୍ଷ ହେଲା ନିର୍ବାଚନ ପରଠାରୁ ମୁଁ ପିସିସି ସଭାପତି ପଦରୁ ଇସ୍ତଫା ଦେଇଥିଲି । ଦେହ ଅସୁସ୍ଥ ଥିବାରୁ ମୁଁ ସୋନିଆ ଗାନ୍ଧୀଙ୍କୁ ଭେଟି ମୋର ବ୍ୟକ୍ତିଗତ ସମସ୍ୟା କହିଥିଲି । ଯଥାଶୀଘ୍ର ମୋର ଇସ୍ତଫାକୁ ସ୍ୱୀକୃତି ଦିଆଯାଉ ବୋଲି ଅନୁରୋଧ କରିଥିଲି । ମୁଁ ବିଶେଷ ଭାବରେ ଖୁସି ଯେ, ଏଆଇସିସି ମୋତେ ଅବ୍ୟାହତି ଦେଇଛି । ପଦରୁ ଯିବା ପରେ ମଧ୍ୟ ଓଡ଼ିଶାର ଜନସାଧାରଣ ତଥା ଦେଶର ସ୍ୱାର୍ଥ ପାଇଁ ମୁଁ କାମ କରିବି । ଓଡ଼ିଶାକୁ ଆଗେଇ ନେବା ପାଇଁ ମଧ୍ୟ କାମ କରିବି । କଂଗ୍ରେସ ଭାଇମାନଙ୍କୁ ଅନୁରୋଧ ସମସ୍ତେ ଏକାଠି ରୁହନ୍ତୁ । ଏକଜୁଟ ପାଇଁ କାମ କରନ୍ତୁ ।

 

ଶରତ ପଟ୍ଟନାୟକ ପୂର୍ବରୁ ମଧ୍ୟ ଏହି ପଦରେ ଥିବାରୁ ଦଳର ନେତୃତ୍ୱକୁ ସଠିକ ଭାବେ ପରିଚାଳନା କରିପାରିବେ । ତାଙ୍କର ବିଚାର, ଯୋଗ୍ୟତା ଓ ଅଭିଜ୍ଞତା ଅଛି । ମୋର ଇସ୍ତଫା ଗ୍ରହଣ କରିଥିବାରୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ସାଂସଦ ରାହୁଲ ଗାନ୍ଧୀ, ସାଧାରଣ ସଂପାଦକ କେସି ବେଣୁଗୋପାଳ, ରାଜ୍ୟ କଗ୍ରେସ ପ୍ରଭାରୀ ଡ. ଚେଲ୍ଲା କୁମାରଙ୍କୁ ଧନ୍ୟବାଦ ଜଣାଉଛି ବୋଲି ନିରଞ୍ଜନ କହିଛନ୍ତି । 


 

Related News
satta king tw