Top Stories

Search here...

News

ପରିକ୍ରମା ପ୍ରକଳ୍ପ ନେଇ ଥମୁନି ରାଜନୀତି; ଅପରାଜିତାଙ୍କ ଅଭିଯୋଗର ଯବାବ ରଖିଲା ବିଜେଡି 

Posted On - 5 minutes ago
Edited By Jyotirmayee Patanaik
LAST UPDATED May 26, 2022 08:14 PM

ଏପଟେ ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗକୁ ଗାଁ ଗାଁରେ ପହଂଚାଇବା ପାଇଁ ଲକ୍ଷ ଲକ୍ଷ ଲିଫଲେଟ୍ ବାଂଟିବ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ।

 

BBSR Reporters

 

ଈୁବନେଶ୍ୱର: ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ବିବାଦ ଥମିବାକୁ ନାଁ ନେଉନାହିଁ । ଐତିହ୍ୟ ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ଉପରେ ପୁଣି ବର୍ଷିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ସେ କହିଛନ୍ତି, ରାଜ୍ୟ ସରକାର ଭୁଲ କରିଛନ୍ତି । କେବଳ ମ୍ୟାନେଜ ଓ କଭର କରିବା ଛଡ଼ା ରାଜ୍ୟ ସରକାରଙ୍କ ପାଖରେ ଆଉ କିଛି ବାଟ ନାହିଁ । ଆମସାର ଆକ୍ଟ ୧୯୫୮ର ଖୋଲାଖୋଲି ଉଲ୍ଲଙ୍ଘନ ହୋଇଛି । ଯଦି ହୋଇନଥାନ୍ତା, ତାହେଲେ ସରକାର ଅଭ୍ୟର୍ଥନା କକ୍ଷକୁ ୧୦୦ ମିଟର୍ ବାହାରକୁ ନିଆଯିବା ପାଇଁ ନିର୍ଣ୍ଣୟ ନେଇନଥାନ୍ତେ ବୋଲି ଅପରାଜିତା କହିଛନ୍ତି । 


ବିଜେଡି କହିଲା, ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତି ସହ ଅଛନ୍ତି । ବିଜେଡି ନେତା ଶଶୀଭୂଷଣ ବେହେରା କହିଛନ୍ତି, ଶ୍ରୀମନ୍ଦିର ଓଡ଼ିଶାର ଜନସାଧାରଣଙ୍କ ଭାବାବେଗ ସହ ଜଡ଼ିତ । ଦୁଃଖ ଓ ପରିତାପର ବିଷୟ, ବିରୋଧୀ ଦଳ ଲୋକଙ୍କ ଆଗରେ ଧାର୍ମିକ କଥା କହି ରାଜନୀତି କରିବାକୁ ଚାହୁଁଛନ୍ତି ।


ପରିକ୍ରମା ପ୍ରକଳ୍ପକୁ ଶୀଘ୍ର ଶେଷ କରିବାକୁ ସେବାୟତମାନେ ହାଇକୋର୍ଟରେ ନିବେଦନ କରିଥିବା ବେଳେ ଏବେ ଶ୍ରୀ ଜଗନ୍ନାଥ ସେନା ଏହା ବିରୋଧରେ ସିବିଆଇରେ ଅଭିଯୋଗ କରିଛି । ଶ୍ରୀ ଜଗନ୍ନାଥ ସେନା ପୁରୀ ଜିଲ୍ଲାପାଳ, ଏଏସଆଇ, ଶ୍ରୀମନ୍ଦିର ପ୍ରଶାସନ, ଟାଟା ଏବଂ ଓବିସିସି ବିରୋଧରେ ସିବିଆଇରେ ଅଭିଯୋଗ କରିଛି । ଏନଏମଏର ଜାଲ୍ ଏନଓସି ଚିଠି ସର୍ବସମ୍ମୁଖରେ ପ୍ରଦର୍ଶିତ କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଜାରି ରଖିଥିବା ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି ।

 

ତେବେ ସିବିଆଇ ମାମଲା ରୁଜୁ ନକରିଲେ, ଆରଟିଆଇ ଆଧାରରେ ମିଳିଥିବା ତଥ୍ୟ ଅନୁସାରେ ହାଇକୋର୍ଟରେ ମାମଲା ରୁଜୁ କରିବା ପାଇଁ ଚେତାବନୀ ଦେଇଛି ଶ୍ରୀଜଗନ୍ନାଥ ସେନା । ସେହିପରି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ମଧ୍ୟ ଘଟଣାର ସିବିଅ୍ଧବ ତଦନ୍ତ ଦାବି କରିଥିଲେ । ସିବିଆଇ ନିଜଆଡୁ ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ କରୁ ବୋଲି  ବିଜୟ ମହାପାତ୍ର ଦାବି କରିଥିଲେ । ଅନ୍ୟପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଚାରିଆଡ଼ୁ ବିରୋଧ ହେବା ପରେ ଏହା ସପକ୍ଷରେ ବାହାରିଥିଲେ ବରିଷ୍ଠ ସେବାୟତ ।

 

ବିଶେଷକରି ପ୍ରକଳ୍ପ କାମକୁ ନେଇ ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭ ପରେ ଶ୍ରୀମନ୍ଦିରର କିଛି ସେବାୟତ, ହାଇକୋର୍ଟରେ ଏକ ରିଟ୍ ପିଟିସନ ଦାଖଲ କରିଥିଲେ । ଶୀଘ୍ର ପ୍ରକଳ୍ପ କାମ ସଂପୂର୍ଣ୍ଣ କରିବା ପାଇଁ ରାଜ୍ୟ ସରକାର ଓ ଏଏସଆଇକୁ ନିଦେ୍ର୍ଧଶ ଦେବାକୁ ସେମାନେ ନିବେଦନ କରିଥିଲେ । କିଛି ମୁଷ୍ଟିମେୟ ବ୍ୟକ୍ତି ପ୍ରକଳ୍ପ କାମକୁ ବିଳମ୍ବ କରିବାକୁ ଚାହୁଁଛନ୍ତି ବୋଲି ଏହି ପିଟିସନରେ ଦର୍ଶାଇଥିଲେ ।


ଗାଁ ଗାଁରେ ପହଂଚିବ ପୁରୀ ପୁରୀ ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ । ପ୍ରକଳ୍ପକୁ ବିରୋଧ କରି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ପକ୍ଷରୁ ରାଜ୍ୟବ୍ୟାପୀ ଲିଫ୍ଲେଟ୍ ବଂଟନ କରାଯିବ । ପରିକ୍ରମା ପ୍ରକଳ୍ପ ବିରୋଧରେ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ । ଏହାସହ ରାଜ୍ୟର ସାଢେ଼ ୪ କୋଟି ଜଗନ୍ନାଥପ୍ରେମୀଙ୍କ ପାଖରେ ଏହି ପହଂଚିବ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ । ଏଥିପାଇଁ ହଜାର ହଜାର କାର୍ଯ୍ୟକର୍ତା ରାଜ୍ୟର ପ୍ରତି ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରାଇବା ସହ ଲିଫଲେଟ୍ ବାଂଟିବେ । ପରିକ୍ରମା ପ୍ରକଳ୍ପ ନାଁରେ ଯେଉଁ ବେନିୟମ କାର୍ଯ୍ୟକ୍ରମ ହେଉଛି, ତା’ର ସତ୍ୟତା ବିଷୟରେ ଲୋକଙ୍କୁ ଜଣାଇବ ଏହି ସଂଗଠନ । ଏହାସହ ପ୍ରତି ବ୍ଲକ୍ ହେଡ୍ କ୍ୱାର୍ଟରରେ ଗଣଧାରଣା ସହ ଜଗନ୍ନାଥପ୍ରେମୀଙ୍କ ପାଖରେ ପହଂଚିବ ମଂଚ ।

 

Related News
satta king tw