Top Stories

Search here...

News

ମହିଳା, ଆଦିବାସୀ କାର୍ଡ ଖେଳିଲା ବିଜେଡି; ସସ୍ମିତ ପାତ୍ରଙ୍କ ଉପରେ ପୁଣି ଭରସା, ମାନଓ ମଙ୍ଗରାଜଙ୍କୁ ସୁଯୋଗ

Posted On - 1 minute ago
Edited By Jyotirmayee Patanaik
LAST UPDATED May 29, 2022 08:44 PM

 ଭୁବନେଶ୍ୱରର ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ , କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ପ୍ରଦୀପ ମାଝିଙ୍କ ସହ ଆଉ କିଛି ନେତାଙ୍କ ନାମ ରାଜ୍ୟସଭା ପାଇଁ ଚର୍ଚ୍ଚା ହେଉଥିଲେ ମଧ୍ୟ ସେମାନଙ୍କୁ ନିରାଶ ହେବାକୁ ପଡିଛି । 

 

BBSR Reporters

 

ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ରାଜ୍ୟସଭା ନିର୍ବାଚନ ପାଇଁ ୪ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜୁ ନ୍ତା ଦଳ ବିଜେଡି । ସସ୍ମିତ ପାତ୍ରଙ୍କୁ ପୁଣି ଥରେ ରାଜ୍ୟସଭା ପଠାଇଥିବା ବେଳେ ସୁଲତା ଦେଓ, ମାନସ ମଙ୍ଗରାଜ ଓ ଆଦିବାସୀ ନେତା ନିରଞ୍ଜନ ବିଶିଙ୍କୁ ଦଳ ରାଜ୍ୟସଭା ପଠାଇଛି । ବିଜେଡି ପାଖରେ ସଂଖ୍ୟା ଅଛି । ତେଣୁ ଏ ସମସ୍ତ ୪ ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହେବା ନିଶ୍ଚିତ ବୋଲି କୁହାଯାଉଛି ।


ସୁଲତା ଦେଓ ଓ ମାନସ ମଙ୍ଗରାଜଙ୍କ ନାଁ ଆଲୋଚନା ହେଉଥିଲା ଏବଂ ସେମାନଙ୍କୁ ଟିକେଟ୍ ମିଳିଛି । ତେବେ ନବୀନ ନିରଞ୍ଜନ ବିଶିଙ୍କୁ ନେଇ ର୍ସପ୍ରାଇଜ୍ କାର୍ଡ ଖେଳିଛନ୍ତି । ପଶ୍ଚିମ ଓଡ଼ିଶାର ଜଣେ ଚର୍ଚ୍ଚିତ ଆଦିବାସୀ ଚେହେରା ଏବଂ  ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘର ସାଧାରଣ ସଂପାଦକ ଥିବା ଶ୍ରୀ ବିଶିଙ୍କୁ ପଠାଇଛନ୍ତି ।  ତାଙ୍କୁ ସୁବାସ ସିଂହଙ୍କ ସ୍ଥାନରେ ରାଜ୍ୟସଭାକୁ ପଠାଇବାକୁ ବିଜେଡି ପ୍ରାର୍ଥୀ କରିଥିବା ଜଣାପଡ଼ିଛି । କଟକ ମେୟର ଭାବେ ନିର୍ବାଚିତ ହେବା ପରେ ସୁବାସ ସିଂହ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲା । ତାଙ୍କର ଆହୁରି ୪ ବର୍ଷ କାର୍ଯ୍ୟକାଳ ରହିଥିଲା ।

 

ସବୁଠୁ ବଡ଼ କଥା ହେଲା ୨୦୦୭-୦୮ରୁ ନିରଞ୍ଜନ ବିଶି ବିଜେଡି ସରକାର ବିରୋଧରେ ଆନେ୍ଦାଳନ କରି ଆସୁଥିଲେ । ସେ ଜଣେ ସରକାର ବିରୋଧୀ ନେତା ଭାବେ ପରିଚିତ ଥିଲେ । ସେ ବିଜେଡି ସରକାରଙ୍କୁ ଆଦିବାସୀ ବିରୋଧୀ ସରକାର ବୋଲି କହି ଆସୁଥିଲେ । ତେଣୁ ଏବେ ଆଲୋଚନା ହେଉଛି ସରକାରଙ୍କ ବିରୋଧରେ ଆଦିବାସୀଙ୍କ ଏହି ଆନେ୍ଦାଳନକୁ ପ୍ରଶମିତ କରିବାକୁ ନିରଞ୍ଜନଙ୍କୁ ଦଳରେ ସାମିଲ କରାଯାଇ ରାଜ୍ୟସଭା ଟିକେଟ୍ ଦିଆଯାଇଛି । କିଛି ଦିନ ତଳେ ସେ ବିଜେଡିରେ ସାମିଲ ହୋଇଥିବା ନେଇ ଖବର ଆସିଥିଲା । ତେଣୁ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଆରମ୍ଭ ହୋଇଯାଇଥିଲା ଯେ ହୁଏତ ତାଙ୍କୁ ଏଥର ରାଜ୍ୟସଭା ଟିକେଟ୍ ଦିଆଯାଇପାରେ ।


ସୂଚନାଯୋଗ୍ୟ, ପ୍ରସନ୍ନ ଆଚାର୍ଯ୍ୟ, ଏନ୍ ଭାସ୍କର ରାଓ ଓ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ସରିଯିବାରୁ ତିନି ଆସନ ଖାଲି ପଡ଼ିଥିବା ବେଳେ ସୁବାସ ସିଂହ ମେୟର ଭାବେ ନିର୍ବାଚିତ ହେବା ପରେ ଇସ୍ତଫା ଦେବାରୁ ଆଉ ଗୋଟିଏ ଆସନ ଖାଲି ପଡ଼ିଛି । ତେବେ ଭୁବନେଶ୍ୱରର ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ , କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ପ୍ରଦୀପ ମାଝିଙ୍କ ସହ ଆଉ କିଛି ନେତାଙ୍କ ନାମ ରାଜ୍ୟସଭା ପାଇଁ ଚର୍ଚ୍ଚା ହେଉଥିଲେ ମଧ୍ୟ ସେମାନଙ୍କୁ ନିରାଶ ହେବାକୁ ପଡିଛି । 
 

Related News
satta king tw