Top Stories

Search here...

News

ଶିବସେନା ବିବାଦର ସମାଧାନ ପାଇଁ ବିଜେପିର ପ୍ରୟାସ; ଆସନ୍ତା ସପ୍ତାହରେ ଉଦ୍ଧବ-ସିନେ୍ଦ ବୈଠକ ନେଇ ଦାବି

Posted On - 1 minute ago
Edited By Prabir Kumar
LAST UPDATED Jul 17, 2022 05:25 PM

ସିନ୍ଦେ ଏବଂ ଉଦ୍ଧବ ଠାକରେ ଉଭୟ ଶିବ ସୈନିକଙ୍କ ଭାବନାକୁ ଭଲ ଭାବେ ବୁଝନ୍ତି। ତେଣୁ ଦୁଇ ନେତା ଏକାଠି ବୈଠକ କରିବେ ବୋଲି ଦିପାଲୀ କହିଛନ୍ତି। ଉଦ୍ଧବ ଠାକରେ ବଡ ହୃଦୟର ବ୍ୟକ୍ତି। ତେଣୁ ସେ ମଧ୍ୟ ଶିବ ସୈନିକଙ୍କୁ ନିରାଶ କରିବାକୁ ଚାହୁଁନାହାନ୍ତି। ସେ ଏକନାଥ ସିନ୍ଦେଙ୍କ ସହ କଥା ହେବାକୁ ରାଜି ହୋଇଛନ୍ତି ବୋଲି ଦିପାଲୀ କହିଛନ୍ତି। 

 

BBSR Reporters


ମୁମ୍ବାଇ: ଶିବସେନାର ଦୁଇ ଗୋଷ୍ଠୀ ଉଦ୍ଧବ ଠାକରେ ଏବଂ ଏକନାଥ ସିନେ୍ଦଙ୍କ ମଧ୍ୟରେ ବିବାଦର ସମାଧାନ କରିବାକୁ ଚେଷ୍ଟା ଆରମ୍ଭ ହୋଇଛି । ଶିବ ସୈନିକଙ୍କ ମଧ୍ୟରେ ସମାଧାନ କରିବାକୁ ବିଜେପି ଚେଷ୍ଟା କରୁଥିବା ଦାବି କରିଛନ୍ତି ଶିବସେନା ନେତ୍ରୀ । ଶିବସେନାରେ ଦଳୀୟ ଚିହ୍ନ (ଧନୁ ତୀର)କୁ ନେଇ ଦୁଇ ଗୋଷ୍ଠୀର ପ୍ରମୁଖ ନେତା ଏକାଠି ବୈଠକ କରି ବିବାଦର ସମାଧାନ କରିବାକୁ ଚାହୁଁଥିବା ସୂଚନା ମିଳିଛି।

 

ଆସନ୍ତା ସପ୍ତାହାରେ ମହାରାଷ୍ଟ୍ରର ଏବେର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଭେଟିବେ। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଥିବା ବିବାଦର ସମାଧାନ କରିବାକୁ ପ୍ରୟାସ ହେବ ବୋଲି ସୂଚନା ଦେଇଛନ୍ତି ଶିବସେନାର ନେତ୍ରୀ ଦିପାଲୀ ସୈଦ। ଏହି ବୈଠକ ପଛରେ ବିଜେପି ରହିଥିବା ସେ ଟ୍ୱିଟ୍ କରି ଦାବି କରିଛନ୍ତି। ଆଉ ଶିବସେନାର ଦୁଇ ପ୍ରମୁଖ ନେତାଙ୍କୁ ଏକାଠି କରାଇବାକୁ ବିଜେପି ପ୍ରୟାସ କରୁଥିବାରୁ ସେ ଧନ୍ୟବାଦ ଦେଇଛନ୍ତି।


ସେ କହିଛନ୍ତି, ସିନ୍ଦେ ଏବଂ ଉଦ୍ଧବ ଠାକରେ ଉଭୟ ଶିବ ସୈନିକଙ୍କ ଭାବନାକୁ ଭଲ ଭାବେ ବୁଝନ୍ତି। ତେଣୁ ଦୁଇ ନେତା ଏକାଠି ବୈଠକ କରିବେ ବୋଲି ଦିପାଲୀ କହିଛନ୍ତି। ଉଦ୍ଧବ ଠାକରେ ବଡ ହୃଦୟର ବ୍ୟକ୍ତି। ତେଣୁ ସେ ମଧ୍ୟ ଶିବ ସୈନିକଙ୍କୁ ନିରାଶ କରିବାକୁ ଚାହୁଁନାହାନ୍ତି। ସେ ଏକନାଥ ସିନ୍ଦେଙ୍କ ସହ କଥା ହେବାକୁ ରାଜି ହୋଇଛନ୍ତି ବୋଲି ଦିପାଲୀ କହିଛନ୍ତି। 


ସୂଚନାଯୋଗ୍ୟ ଏକନାଥ ଗୋଷ୍ଠୀ କହିଥିଲେ, ଶିବସେନା ଏନସିପି ଏବଂ କଂଗ୍ରେସ ସହ ମେଣ୍ଟ କରିଲେ ବରଦାସ୍ତ କରିବୁ ନାହିଁ। ଶିବସେନାର ପ୍ରକୂତ ସହଯୋଗୀ ବିଜେପି। ତେଣୁ ବିଜେପି ସହ ମେଣ୍ଟ କରିଲେ ସେ ଉଦ୍ଧବଙ୍କ ନେତୃତ୍ୱକୁ ସମର୍ଥନ କରିବେ। ଏପରି କହି ୪୦ରୁ ଅଧିକ ଶିବସେନା ବିଧାୟକ ଏକନାଥ ସିନ୍ଦେଙ୍କୁ ସମର୍ଥନ କରିଥିଲେ। ଆଉ ମହା ବିକାଶ ଅଘାଡି (ଶିବସେନା-ଏନସିପି-କଂଗ୍ରେସ) ସରକାରରୁ ସମର୍ଥନ ପ୍ରତ୍ୟାହାର କରି ବିଜେପିକୁ ସମର୍ଥନ କରିଥିଲେ।

Related News
satta king tw