Top Stories

Search here...

News

ଉଗ୍ର ରୂପ ନେଉଛି ମହାରାଷ୍ଟ୍ରର ରାଜନୈତିକ ବିବାଦ; ବିଦ୍ରୋହୀ ବିଧାୟକଙ୍କୁ ୱାଇ ପ୍ଲସ ସୁରକ୍ଷା ଦେଲା କେନ୍ଦ୍ର

Posted On - 1 minute ago
Edited By Team BbsrReporters
LAST UPDATED Jun 26, 2022 08:07 PM

୧୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ମହାରାଷ୍ଟ୍ରର ଉପବାଚସ୍ପତି ପ୍ରକ୍ରୟା ଆରମ୍ଭ କରିଥିବା ବେଳେ ଆଇନଗତ ଲଢେଇ ପାଇଁ ପସ୍ତୁତ ହେଉଛନ୍ତି ବିଦ୍ରୋହୀ ବିଧାୟକମାନେ ।

 

BBSR Reporters

 

ମୁମ୍ବାଇ: ମହାରାଷ୍ଟରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ଧିରେ ଧିରେ ବିବାଦୀୟ ମୋଡ ନେଉଛି । ଗତକାଲି ପୁଣେରେ ଜଣେ ବିଦ୍ରୋହୀ ବିଧାୟକଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ଏବଂ ସଞ୍ଜୟ ରାଉତଙ୍କ ଚ୍ୟଲେଞ୍ଜ ପରେ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଦ୍ରୋହୀ ବିଧାୟକଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି । ୧୫ଜଣ ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ୱାଇ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯାଇଛି । ବନ୍ଧୁକଧାରୀ ସିଆରପିଏଫ୍ ଯବାନମାନେ ସୁରକ୍ଷାଦେବେ ।

 

ଏପଟେ ଆଜି ବୈଠକ ଡକାଇଛନ୍ତି ବିଦ୍ରୋହୀ ବିଧାୟକଙ୍କ ନେତା ଏକନାଥ ସିନେ୍ଦ । ଆଜି ମଧ୍ୟାନରେ ଗୌହ୍ୱାଟୀରେ ବିଦ୍ର୍ରୋହୀ ବିଧାୟକମାନଙ୍କ ବୈଠକ ଆରମ୍ଭ ହୋଇଛି । ୧୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ମହାରାଷ୍ଟ୍ରର ଉପବାଚସ୍ପତି ପ୍ରକ୍ରୟା ଆରମ୍ଭ କରିଥିବା ବେଳେ ଆଇନଗତ ଲଢେଇ ପାଇଁ ପସ୍ତୁତ ହେଉଛନ୍ତି ସିନେ୍ଦଙ୍କ କ୍ୟାମ୍ପ ।  ସେପଟେ ବିଦ୍ରୋହୀ ବିଧାୟକଙ୍କ ପତ୍ନୀମାନଙ୍କ ସହ କଥା ହେଉଛନ୍ତି ଉଦ୍ଧବ ଠାକରେଙ୍କ ସ୍ତ୍ରୀ ରଶ୍ମୀ ଠାକରେ ।

 

ଗତକାଲି ଶିବସେନା ସାଂସଦ ସଞ୍ଜୟ ରାଉତ ବାଲଠାକରେଙ୍କ ନାଁରେ ଭୋଟ ମାଗିପାରିବେନି ଚେତାବନୀ ଦେଇଥିବା ବେଳେ ଆଗାମୀ କାର୍ଯ୍ୟପନ୍ଥା କଣ ହେବ ତାହା ଉପରେ ଆଜି ବୈଠକରେ ନିଷ୍ପତି ନିଅଯିବ ବୋଲି ସୂଚନା ମିଳିଛି । ଗତକାଲି ରାତିରେ ଏକନାଥ ସିନେ୍ଦ ଏବଂ ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ ଗୁଜରାଟରେ ମଧ୍ୟରେ ସାକ୍ଷାତ ହୋଇଥିବା ଖବର ପ୍ରକାଶ ପାଇଥିଲା । ଏହା ପରେ ଏକନାଥଙ୍କ ବୈଠକ ଡାକିବା ବିଜେପି ଏବଂ ବିଦ୍ରୋହୀ ବିଧାୟକ ଯୋଗାଯୋଗରେ ଥିବା ସ୍ପଷ୍ଟ ହୋଇଛି ।

 

ଏକନାଥ ସିନେ୍ଦ ଶିବ ସୈନିକଙ୍କ ଉଦେଶ୍ୟରେ ଟୁଇଟ କରି କହିଛନ୍ତି, ସେ ଏମଭିଏର କୁମ୍ଭୀର ମୁହଁରୁ ଶିବସେନାକୁ ଉଦ୍ଧାର ପାଇଁ ସେ ଯୁଦ୍ଧ କରୁଛନ୍ତି । ଏହି ଯୁଦ୍ଧ ଶିବ ସୈନିକମାନଙ୍କ ଭଲ ପାଇଁ ପାଇଁ ବୋଲି ସେ କହିଛନ୍ତି । ସେପଟେ ଶନିବାର ମୁମ୍ବାଇରେ ଶିବସେନାର ଜାତୀୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ବିଦ୍ରୋହୀ ବିଧାୟକ ଓ ମନ୍ତ୍ରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପ୍ରସ୍ତାବ ପାରିତ ହୋଇଯାଇଛି । ବିଦ୍ରୋହୀ ଟିମର ନେତା ଏକନାଥ ସିନେ୍ଦଙ୍କ ସମେତ ସମସ୍ତ ମନ୍ତ୍ରୀଙ୍କୁ ପଦରୁ ବହିଷ୍କାର କରିବାକୁ ନିଷ୍ପତି ନିଆଯାଇଛି ।

 

ଶିବସେନା ବିଦ୍ରୋହୀଙ୍କ ବିରୋଧରେର କାର୍ଯ୍ୟାନୁଷ୍ଠାନ ଅଧିକାର ଉଦ୍ଧବ ଠାକରେଙ୍କ ଅଛି ବୋଲି କହିଛନ୍ତି ଶିବସେନା ସାଂସଦ ସଂଜୟ ରାଉତ୍ । ଏଥିସହ ଅନ୍ୟ ରାଜନୈତିକ ଦଳ ଶିବସେନା କିମ୍ବା ବାଲଠାକରେଙ୍କ ନାଁକୁ ବ୍ୟବହାର କରିପାରିବେ ନାହିଁ ବୋଲି ପ୍ରସ୍ତାବ ପାରିତ ହୋଇଛି । ଏନେଇ ନିର୍ବାଚନ କମିସନଙ୍କ ପାଖରେ ଫେରାଦ ହେବାକୁ ଦଳ ନିଷ୍ପତି ନେଇଛି ।

Related News
satta king tw