Top Stories

Search here...

News

ରାଷ୍ଟ୍ରପତି ନିର୍ବାଚନ: ବିରୋଧୀଙ୍କ ପ୍ରାଥୀ ପାଇଁ ଦାବିଦାର ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ 

Posted On - 1 month ago
Edited By Jyotirmayee Patanaik
LAST UPDATED Jul 17, 2022 01:49 PM

ଆଜି ମମତା ସବୁ ବିରୋଧୀଙ୍କୁ ବୈଠକକୁ ଡାକିଥିଲେ ମଧ୍ୟ ୫ଟି ପ୍ରମୁଖ ବିରୋଧୀ ଦଳ ଏଥିରେ ଯୋଗ ଦେଇ ନାହାନ୍ତି । ଏମାନଙ୍କ ମଧ୍ୟରେ କେ ଚନ୍ଦ୍ର ଶେଖର ରାଓଙ୍କ ଟିଆରଏସ, ଅରବିନ୍ଦ କେଜ୍ରିୱାଲଙ୍କ ଆପ, ଜଗନ ମୋହନ ରେଡ୍ଡୀଙ୍କ ୱାଇଏସ୍ଆର କଂଗ୍ରେସ, ପ୍ରକାଶ ସିଂହ ବାଦଙ୍କ ଅକାଳୀ ଦଳ ଓ ନବୀନ ପଟ୍ଟନାୟକଙ୍କ ବିଜେଡି ରହିଛି । ସେହିପରି ଅସାଦୁଦ୍ଧିନ ଓୱେସୀଙ୍କୁ ବିରୋଧୀ ମେଣ୍ଟର ବୈଠକଙ୍କୁ ମମତା ଡାକି ନଥିବା ଜଣାପଡ଼ିଛି ।

 

BBSR Reporters


ନୂଆଦିଲ୍ଲୀ: ଜୁଲାଇ ୧୮ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆଜି ଦିଲ୍ଲୀରେ ବିରୋଧୀଦଳଗୁଡ଼ିକ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତିି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଡାକରାରେ ସବୁ ବିରୋଧୀ ଦଳଗୁଡ଼ିକ ସହ ଏନସିପି ନେତା ଶରଦ ପାୱାର ଯୋଗ ଦେଇଥିଲେ ।

 

ମମତା ବାନାର୍ଜୀ ବୈଠକ ବେଳେ ଶରଦ ପାୱାରଙ୍କୁ ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ପୁଣିଥରେ ଅନୁରୋଧ କରିଥିଲେ । ହେଲେ ସେ ଏହି ପ୍ରସ୍ତାବକୁ ରୋକ ଠୋକ ମନା କରିଦେଇଛନ୍ତି । ଏଥିସହ ସେ ସକ୍ରିୟ ରାଜନୀତିରେ ରହିବାକୁ ଚାହୁଁଥିବା ବିରୋଧୀଙ୍କ ମେଣ୍ଟରେ ସ୍ପଷ୍ଟ ଭାବେ କହିଛନ୍ତି । ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳ କୃଷ୍ଣ ଗାନ୍ଧି ଓ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ମଧ୍ୟରୁ ଜଣଙ୍କୁ ରାଷ୍ଟ୍ରାପତି ପ୍ରାର୍ଥୀ କରିବା ସପକ୍ଷରେ ପ୍ରସ୍ତାବ ଦେଇଛନ୍ତି । ଅଧିକାଂଶ ବିରୋଧୀ ଶ୍ରୀ ଗାନ୍ଧିଙ୍କ ସପକ୍ଷରେ ମତ ରଖିଥିବା ବେଳେ ଆଗାମୀ ବୈଠକରେ ନିଷ୍ପତି ନିଆଯିବ ।


କାରଣ ଆଜି ମମତା ସବୁ ବିରୋଧୀଙ୍କୁ ବୈଠକକୁ ଡାକିଥିଲେ ମଧ୍ୟ ୫ଟି ପ୍ରମୁଖ ବିରୋଧୀ ଦଳ ଏଥିରେ ଯୋଗ ଦେଇ ନାହାନ୍ତି । ଏମାନଙ୍କ ମଧ୍ୟରେ କେ ଚନ୍ଦ୍ର ଶେଖର ରାଓଙ୍କ ଟିଆରଏସ, ଅରବିନ୍ଦ କେଜ୍ରିୱାଲଙ୍କ ଆପ, ଜଗନ ମୋହନ ରେଡ୍ଡୀଙ୍କ ୱାଇଏସ୍ଆର କଂଗ୍ରେସ, ପ୍ରକାଶ ସିଂହ ବାଦଙ୍କ ଅକାଳୀ ଦଳ ଓ ନବୀନ ପଟ୍ଟନାୟକଙ୍କ ବିଜେଡି ରହିଛି । ସେହିପରି ଅସାଦୁଦ୍ଧିନ ଓୱେସୀଙ୍କୁ ବିରୋଧୀ ମେଣ୍ଟର ବୈଠକଙ୍କୁ ମମତା ଡାକି ନଥିବା ଜଣାପଡ଼ିଛି । କଂଗ୍ରେସ ବୈଠକରେ ଯୋଗଦେଇଥିବାରୁ ଆପ, ଟିଆରଏସ୍ ଓ ଅକାଳୀ ଦଳ ଏଥିରେ ସାମିଲ ହୋଇ ନାହାନ୍ତି ।

 

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ଜୁନ ୨୯ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ । ବିଜେପି ଆସନ୍ତା ସପ୍ତାହରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ । ଏହାପୂର୍ବରୁ ଆଜି ମମତାଙ୍କ ନେତୃତ୍ୱରେ ବିରୋଧୀ ଦଳଗୁଡ଼ିକ ବୈଠକ କରି ରାଷ୍ଟ୍ରପତି ପ୍ରାର୍ଥୀ ଚୟନ କରିବାକୁ ଉଦ୍ୟମ କରିଛନ୍ତି । ପୂର୍ବରୁ ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ଶରଦ ପାୱାର ହେବେ ବୋଲି ଚର୍ଚ୍ଚା ହେଉଥିଲା ।

 

ତାଙ୍କୁ ମମତାଙ୍କ ସମେତ କଂଗ୍ରେସ, ବାମ ଦଳ, ଶିବସେନା ଓ ଆପ୍ ଭଳି ଦଳ ସମର୍ଥନ କରିବେ ବୋଲି କହିଥିଲେ । କିନ୍ତୁ ସେ ପ୍ରାର୍ଥୀ ହେବାକୁ ମନା କରି ଦେବାରୁ ଏବେ ଗୋପାଳ କୃଷ୍ଣ ଗାନ୍ଧି ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ହେବା ଦୌଡ଼ରେ ସବୁଠାରୁ ଆଗରେ ରହିଛନ୍ତି । ମମତାଙ୍କ ଭଳି ବାମଦଳ ମଧ୍ୟ ଶ୍ରୀ ଗାନ୍ଧିଙ୍କ ସପକ୍ଷରେ ରହିଛି । ଶ୍ରୀ ଗାନ୍ଧି ବିରୋଧୀ ମେଣ୍ଟର ପ୍ରାର୍ଥୀ ହେଲେ ମଧ୍ୟ ବିଜେପି ମେଣ୍ଟର ପ୍ରାର୍ଥୀଙ୍କୁ ହରାଇବା କଷ୍ଟକର ହୋଇପଡ଼ିବ ।

Related News
satta king tw