Top Stories

Search here...

News

ଉପ-ରାଷ୍ଟ୍ରପତି ନିର୍ବାଚନ; ଜଗଦୀପ ଧନକରଙ୍କୁ ଟକ୍କର ଦେବେ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ୍ ଆଲଭା

Posted On - 2 minutes ago
Edited By Prabir Kumar
LAST UPDATED Jul 17, 2022 05:51 PM

ମାର୍ଗାରେଟ୍ ଆଲଭା ହେଉଛନ୍ତି ଗୋଆର ପୂର୍ବତନ ରାଜ୍ୟପାଳ। ସେ କର୍ଣ୍ଣାଟକ ନିବାସୀ। ମାର୍ଗାରେଟ୍ ଆଲଭା ଗୋଆ, ଗୁଜରାଟ, ରାଜସ୍ଥାନ ଏବଂ ଉତ୍ତରାଖଣ୍ଡ ରାଜ୍ୟପାଳ ଭାବରେ କାର୍ୟ୍ୟ କରିଥିଲେ।

 

BBSR Reporters


ନୂଆଦିଲ୍ଲୀ: ଏନଡିଏ ପକ୍ଷରୁ  ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ଆଜି ବିରୋଧୀ ମେଂଟ ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ  ନାମ ଘୋଷଣା  କରାଯାଇଛି। ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗାରେଟ୍ ଆଲଭାଙ୍କୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ  କରିଛନ୍ତି ବିରୋଧି। ଏ ସମ୍ପର୍କରେ ଆଜି ଏନସିପି ନେତା ଶରଦ ପାୱାର ଘୋଷଣା କରିଛନ୍ତି। 

 

ମାର୍ଗାରେଟ୍ ଆଲଭା ହେଉଛନ୍ତି ଗୋଆର ପୂର୍ବତନ ରାଜ୍ୟପାଳ। ସେ କର୍ଣ୍ଣାଟକ ନିବାସୀ। ମାର୍ଗାରେଟ୍ ଆଲଭା ଗୋଆ, ଗୁଜରାଟ, ରାଜସ୍ଥାନ ଏବଂ ଉତ୍ତରାଖଣ୍ଡ ରାଜ୍ୟପାଳ ଭାବରେ କାର୍ୟ୍ୟ କରିଥିଲେ। ରାଜ୍ୟପାଳ ଭାବରେ ନିଯୁକ୍ତ ହେବା ପୂର୍ବରୁ ସେ ଭାରତୀୟ ଜାତୀୟ କଂଗ୍ରେସର ଜଣେ ବରିଷ୍ଠ ନେତ୍ରୀ ଥିଲେ ଏବଂ ଅଲ ଇଣ୍ଡିଆ କଂଗ୍ରେସ କମିଟିର ଯୁଗ୍ମ ସଚିବ ଥିଲେ। ସୂଚନା ମୁତାବକ ବିରୋଧୀ ଦଳର ନେତାମାନେ ଆଜି ଦିଲ୍ଲୀରେ ଏକ ବୈଠକ କରିଥିଲେ।  ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାରଙ୍କ ବାସଭବନରେ ଆଜି ଏହି ବୈଠକରେ ମାର୍ଗାରେଟ ଆଲଭାଙ୍କୁ ପ୍ରାର୍ଥୀ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା l

 

ଏହି ବୈଠକରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ବାମଦଳ, ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି), ସମାଜବାଦୀ ପାର୍ଟି (ଏସପି) ସମେତ ସମସ୍ତ ପ୍ରମୁଖ ବିରୋଧୀ ଦଳର ନେତାମାନେ ଯୋଗ ଦେଇଥିଲେ। ୧୯୪୨ ଏପ୍ରିଲ ୧୪ ତାରିଖରେ ମାର୍ଗେଟ ଆଲଭା ରୋମାନ କ୍ୟାଥଲିକ୍ ପରିବାରର କର୍ଣ୍ଣାଟକର ବାଙ୍ଗାଲୋରରେ ଜନ୍ମଗ୍ରଅହଣ କରିଥିଲେ । ସେ ଗୋଆରେ ୧୭ତମ, ଗୁରାଟରେ ୨୩ତମ  ଏବଂ ଉତ୍ତରାଖଣ୍ଡରେ ଚତୁର୍ଥତମ ରାଜ୍ୟପାଳ ଭାବେ ଦାୟିତ୍ୱ ଭାର ସମ୍ଭାଳିଛନ୍ତି। ୨୦୧୪ରେ ରାଜ୍ୟାପାଳ ଭାବେ ସେ ଶେଷ ଥର ପାଇଁ ଦାୟିତ୍ୱରୁ ଅବ୍ୟାହତି ନେଥିଲେ। ସେ ମଧ୍ୟ ପୂର୍ବରୁ କେନ୍ଦ୍ରମନ୍ତ୍ରୀ  ଥିଲେ। ସେ ମଧ୍ୟ ରାଜସ୍ଥାନ ଓ  ପ୍ୟଞ୍ଜାବର ରାଜ୍ୟପାଳ ଥିଲେ।  ସେ ବାଙ୍ଗାଲୁରୁର ମାଉଣ୍ଟ କାରମେଲ କଲେଜରେ ବିଏ ପାସ କରଥିବା ବେଳେ ସେହି ସହରରେ ସରକାରୀ ଆଇନ କଲେଜରୁ ଆଇନ ପାସ କରିଛନ୍ତି।

 

ଗତକାଲି ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ଏନଡିଏ। ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ପ୍ରାର୍ଥୀ କରାଯାଇଥିବା ନେଇ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଘୋଷଣା କରିଥିଲେ ଉପରାଷ୍ଚ୍ରପତି ନିର୍ବାଚନ ପାଇଁ ଗତ ଜୁଲାଇ ୫ରେ ବିଜ୍ଞପ୍ତି ଜାରି ହୋଇଥିଲା । ଏଥିପାଇଁ ମନୋନୟନ ପତ୍ର ଦାଖଲର ଶେଷ ତାରିଖ ଜୁଲାଇ ୧୯ ରଖାଯାଇଛି । ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ ହେବ ।

Related News
satta king tw