Top Stories

Search here...

News

ପ୍ରେମ ପାଇଁ କୋର୍ଟରେ ଲଢି ଜିତିଲେ ଯୁବତୀ: ପରିବାରକୁ ଛାଡିଲେ ଓଡିଆ ପୁଅ ହାତ ଧରିଲେ

Posted On - 9 minutes ago
Edited By Team BbsrReporters
LAST UPDATED Jun 22, 2021 11:23 AM

ଗତ ୧୫ରେ ଓଡିଆ ଯୁବକଙ୍କୁ ବିବାହ କରିବା ପାଇଁ ଯୁବତୀ ଆକାଂକ୍ଷା ଭୁବନେଶ୍ୱର ଆସିଥିଲେ । ହେଲେ ତାଙ୍କ ପରିବାର ଲୋକ ନାବାଳିକା ଝିଅଙ୍କୁ ଅପହରଣ କରିଥିବା ନେଇ ଥାନରେ ଅଭିଯୋଗ କରିଥିଲେ ।

 

BBSR Reporters

 

ଭୁବନେଶ୍ୱର: ଓଡିଆ ଯୁବକଙ୍କୁ ବିବାହ କରିବା ପାଇଁ ପରିବାର ହାତ ଛାଡିଦେଲେ ୟୁପିର ଯୁବତୀ । ନିଜ ପ୍ରେମକୁ ପାଇବା ପାଇଁ ଭୁବନେଶ୍ୱର କୋର୍ଟରେ ଲଢିଲେ ୟୁପି ଗୋରଖପୁରର ଝିଅ ଆକାଂକ୍ଷା ସିଂ । ଶେଷରେ ନିଜ ପ୍ରେମ ପାଇଁ ପରିବାର ଲୋକଙ୍କ ହାତ ଛାଡି  ଭୁବନେଶ୍ୱର ଏୟାରପୋର୍ଟ ଥାନା ଅ ଳରେ  ରହୁଥିବା ପୃଥ୍ୱୀରାଜ ପଣ୍ଡାଙ୍କ ହାତ ଧରିଛନ୍ତି । ଏଥିସହ ତାଙ୍କ ପ୍ରେମକୁ ପାଇ ସେ ନିରାପଦରେ ଓଡିଶାରେ ରହିବେ ବୋଲି କହିଛନ୍ତି । 

 

ସୂଚନା ମୁତାବକ ପୃଥ୍ୱୀରାଜ ଗୋରଖପୁରରେ ଚାକିରି କରୁଥିବା ବେଳେ ଅକାଂକ୍ଷାଙ୍କ ସହ ଦେଖା ହେବା ପରେ ପ୍ରେମ ସମ୍ପର୍କ ବଢିଥିଲା । ହେଲେ ଆକାଂକ୍ଷାଙ୍କ  ପରିବାର ଲୋକ ପୃଥ୍ୱୀରାଜଙ୍କ ସହ ଝିଅର ବିବାହକୁ  ବାରଣ କରୁଥିଲେ । ମାତ୍ର ଗତ ୧୫ରେ ପୃଥ୍ୱୀରାଜଙ୍କ ସହ ଆକାଂକ୍ଷା ଭୁବନେଶ୍ୱର ଚାଲିଆସିଥିଲେ । ହେଲେ ଅକାାଂକ୍ଷାଙ୍କ ପରିବାର ଲୋକ ଝିଅକୁ ନାବାଳିକା ଦର୍ଶାଇଥିଲେ । ଏଥିସହ ତାଙ୍କ ନାବାଳିକା ଝିଅଙ୍କୁ ଅପହରଣ କରିଥିବା ନେଇ ଥାନରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ୟୁପି ପୋଲିସ ଓଡିଶାରେ ପହଁଚିଥିଲା ।

 

ଏଥିସହ ପୃଥିରାଜଙ୍କୁ ଗିରଫ କରିବା ସହ ଝିଅକୁ ନେବାକୁ କମିଶନରେଟ ପୋଲିସ ଉପରେ ଚାପ ପକାଇଥିଲା । ମାତ୍ର ଝିଅ ସାବାଳିକା ଥିବା ସହ ୟୁପିରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଥିଲେ । ଏୟାରଫିଲ୍ଡ ଥାନା ପୋଲିସ ୟୁପୁ ପୋଲିସକୁ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ବାରଣ କରିଥିଲା । ଏଥିସହ ସୋମବାର ସିଜେଏମ କୋର୍ଟରେ ଝିଅର ୧୬୪ ବୟନ ରେକର୍ଡ କରାଯାଇଥିଲା । ଝିଅ କୋର୍ଟରେ ନିଜର ମାଟ୍ରିକ ସାର୍ଟିଫିକେଟ ଦେଖାଇବା ପରେ ସେ ସାବାଳିକା ଥିବା ସ୍ପଷ୍ଟ ହୋଇଥିଲା । ସେ ନିଜ ଇଛାରେ ଘରୁ ଆସିଥିବା କହିଥିଲେ । ଏଥିସହ ପୃଥ୍ୱୀରାଜଙ୍କୁ ମନ୍ଦରରେ ବିବାହ କରି ସ୍ୱାମୀଙ୍କ ସହ ରହିିବାକୁ ଉଚ୍ଛୁକ ।

 

ଏହା ପରେ ଅକାଂକ୍ଷାଙ୍କୁ ତାଙ୍କ ପରିବାର ଲୋକ ଫେରିଯିବାକୁ ବାଧ୍ୟ କରିଥିଲେ ମଧ୍ୟ ସେ ଫେରିଯିବାକୁ ମନା କରିଦେଇଥିଲେ । ସେ ତାଙ୍କ ସ୍ୱାମୀଙ୍କ ସହ ରହିବାକୁ ଚାହୁଁଥିବା କୋର୍ଟକୁ ଜଣାଇବା ପରେ କୋର୍ଟ ସାବାଳିକା ଦୃଷ୍ଟି କୋଣରୁ ଅନୁମତି ଦେଇଥିଲେ । ଫଳରେ ୟୁପି ପୋଲିସ ଓ ଆକାଂକ୍ଷାଙ୍କ ପରିବାର ଲୋକ ନିରାଶ ହୋଇ ଫେରିଯାଇଥିଲେ । 

Related News
satta king tw